ହୁଗୁଳି ନଦୀ ଭିତରେ ଚାଲିଲା ଦେଶର ପ୍ରଥମ ଅଣ୍ଡରୱାଟର୍ ମେଟ୍ରୋ
ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ବୁଧବାର କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍ ବା ପାଣି ତଳ ମାର୍ଗର ଉଦଘାଟନ କରି ସହେ ବର୍ଷ ତଳର ସ୍ବପ୍ନକୁ ପୂରଣ କରିଛନ୍ତି।
କୋଲକାତାରେ ହୁଗୁଳି ନଦୀ ଭିତରେ ୧୬.୬ କିଲୋମିଟର ପର୍ଯ୍ୟନ୍ତ ଏହି ଅଣ୍ଡରୱାଟର ମେଟ୍ରୋ ଟନେଲ ନିର୍ମାଣ କରାଯାଇଛି। ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ପୂର୍ଣ୍ଣ ରୂପ ନେଇଛି। ଏହି ମେଟ୍ରୋ ସେବା ହାୱଡ଼ା ଏବଂ ସଲ୍ଟ ଲେକ୍- ପଶ୍ଚିମବଙ୍ଗ ରାଜ୍ୟ ରାଜଧାନୀର ଟ୍ବିନ୍ ସିଟିକୁ ସଂଯୋଗ କରିବ।
ଟନେଲ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ସମୟରେ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ।
ରିପୋର୍ଟ ମୁତାବକ, ପ୍ରଥମ ଅଣ୍ଡର ୱାଟର ମେଟ୍ରୋରେ ଯାତ୍ରା କରିବାକୁ ଇଚ୍ଛା ରଖିଥିବା ଯାତ୍ରୀଙ୍କୁ ୫ଟଙ୍କାରୁ ୫୦ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେବାକୁ ପଡ଼ିବ। ଦୂରତା ଅନୁସାରେ ଭଡ଼ାର ମୂଲ୍ୟ ନିର୍ଦ୍ଧାରିତ ହେବ।
Powered by Froala Editor