ଆଜିଠୁ 6 ରୁ 12 ବର୍ଷର ପିଲାଙ୍କ ଉପରେ କୋଭାକ୍ସିନର ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ:କୋରୋନାର ତୃତୀୟ ଲହର ବିରୋଧରେ ମୁକାବିଲା ପାଇଁ ପ୍ରସ୍ତୁତି । ଆଜିଠୁ ଦିଲ୍ଲୀ ଏମ୍ସରେ ଆରମ୍ଭ ହେବ 6 ରୁ 12 ବର୍ଷର ପିଲାଙ୍କ ଉପରେ ଦେଶୀ କୋରୋନା ଟିକା କୋଭାକ୍ସିନର ସ୍କ୍ରିନିଂ ପ୍ରକ୍ରିୟା । ପିଲାମାନଙ୍କୁ ସ୍କ୍ରିନିଂ କରାଯିବା ପରେ ଟିକାକରଣରେ ସାମିଲ କରାଯିବ ।
ସେହିପରି ପରବର୍ତ୍ତୀ ସମୟରେ 2 ରୁ 6 ବର୍ଷର ପିଲାମାନଙ୍କର ମଧ୍ୟ କ୍ଲିନିକାଲ ଟେଷ୍ଟ ଆରମ୍ଭ କରାଯିବ ବୋଲି ଜଣାପଡିଛି । ପୂର୍ବରୁ 12 ରୁ 18 ବର୍ଷର ପିଲାମାନଙ୍କ କ୍ଲିନିକାଲ ଟେଷ୍ଟ ସରିଥିବା ବେଳେ ସେମାନଙ୍କୁ ପ୍ରଥମ ଡୋଜ କୋରୋନା ଟିକା ଦିଆସରିଛି । ବର୍ତ୍ତମାନ କୋରୋନାର ଦ୍ବିତୀୟ ଲହର ଧିରେ ଧିରେ ପ୍ରଭାବହୀନ ହେଉଥିବା ବେଳେ ଆଗାମୀ ଦିନରେ ତୃତୀୟ ଲହର ଆସିବା ନେଇ ବୈଜ୍ଞାନିକ ମାନେ ଆକଳନ କରିଛନ୍ତି । ଏହି ତୃତୀୟ ଲହରରେ ବିଶେଷ କରି ଛୋଟ ପିଲାମାନେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଇଛି ।
Powered by Froala Editor