ବିଜେପିରୁ ଟିକେଟ ପାଇ ମଧ୍ୟ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର

ବିଜେପି ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଛନ୍ତି। ପଶ୍ଚିମବଙ୍ଗର ଆସନସୋଲ ପରେ ଏବେ ଉତ୍ତରପ୍ରଦେଶର ବାରାବାଙ୍କିରୁ ନିର୍ବାଚନ ଲଢ଼ିବେନି କହି ଟିକେଟ୍ ଫେରାଇ ଦେଇଛନ୍ତି ଆଉ ଜଣେ ନେତା।
ଉତ୍ତରପ୍ରଦେଶର ବାରାବାଙ୍କି ଲୋକସଭା ଆସନ ପାଇଁ ବିଜେପି ଉପେନ୍ଦ୍ର ରାଓ୍ୱାତଙ୍କୁ ଟିକେଟ୍ ଦେଇଥିଲା। ଉପେନ୍ଦ୍ର ରାଓ୍ୱତ ବର୍ତ୍ତମାନ ବାରାବାଙ୍କିର ସାଂସଦ ଅଛନ୍ତି। ବିଜେପି ତା'ର ଯେଉଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା ସେଥିରେ ଉପେନ୍ଦ୍ର ରାଓ୍ୱତଙ୍କ ନାଁ ସାମିଲ ଥିଲା। ତାଙ୍କୁ ବିଜେପି ପୁଣିଥରେ ବାରାବାଙ୍କିରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା। ହେଲେ ସୋମବାର ଉପେନ୍ଦ୍ର ରାଓ୍ୱତ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏନେଇ ସେ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।
ଉପେନ୍ଦ୍ର ସିଂ ରାଓ୍ବତ୍ ଏକ ଅଶ୍ଳୀଳ ଭିଡିଓ ଭାଇରାଲକୁ ନେଇ ବିବାଦରେ ଫସିଥିବାରୁ ନିର୍ବାଚନ ଲଢ଼ିବାକୁ ଚାହୁଁ ନ ଥିବା କହିଛନ୍ତି। ଡିପ୍ଫେକ୍ ଏଆଇ ପ୍ରଯୁକ୍ତି ବଳରେ ତାଙ୍କ ଭିଡିଓକୁ ଏଡିଟ୍ କରାଯାଇଥିବାରୁ ରାଓ୍ବତ୍ ଏହା ବିରୋଧରେ ଏତଲା ଦାଏର କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହାର ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି। ସେ ନିର୍ଦ୍ଦୋଷ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।
Powered by Froala Editor