୭ ବର୍ଷର ଝିଅକୁ ଟାଣିନେଲା କୁକୁର

ପିଲା ହେଉକି ବୁଢା ଏବେ କୁକୁର ଆକ୍ରମଣର ଖବର ବଢିବାରେ ଲାଗିଛି । ଦିଲ୍ଲୀରେ ଜଣେ ୭ ବର୍ଷର କୁନି ଝିଅକୁ କୁକୁର ଝୁଣି ଗୁରୁତର କରିଥିବାବେଳେ କୁକୁର ମାଲିକଙ୍କ ନାଁରେ ଏତଲା ଦିଆଯାଇଛି । ଦିଲ୍ଲୀର ଶହାଦରା ସ୍ଥିତ ଜଗତପୁରୀ ଅଞ୍ଚଳରେ ଘଟିଛି ଏଭଳି ଘଟଣା।
ଶୁକ୍ରବାର ସାତ ବର୍ଷର ଝିଅଟିଏ ଘର ବାହାରେ ଖେଳୁଥିଲା। ଏହି ସମୟରେ ପିଟ୍ବୁଲ କୁକୁରଟି ହଠାତ୍ ତା'ଉପରକୁ ଆକ୍ରମଣ କରିଥିଲା। ଏହାଦେଖି ଝିଅଟିକୁ କୁକୁର ମୁହଁରୁ ବଞ୍ଚାଇବା ପାଇଁ ପଡୋଶୀମାନେ ଦୌଡିଥିଲେ। ତେବେ ଏହା ପୂର୍ବରୁ ପିଟ୍ବୁଲ ଝିଅକୁ ଆକ୍ରମଣ କରି ନିଜ ଆଡକୁ ଟାଣି ନେଇ ଦୌଡିଥିଲା। ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ମାମଲାରେ ଝିଅର ବାପା କୁକୁର ମାଲିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପିଟ୍ବୁଲର ମାଲିକ ଶିବାନନ୍ଦ ଭାସ୍କରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପିଲାଟିର ମା'ଙ୍କ ବୟାନ ରେକର୍ଡ କରିବା ସହ ସିସିଟିଭି ଫୁଟେଜ ମଧ୍ୟ ଚେକ୍ କରିଛି ପୁଲିସ।
Powered by Froala Editor