କୋଭିଡରେ ଅନାଥ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଇବେ ସରକାର, ଲାଗୁ ହେଲା Green Passage ଯୋଜନା
କରୋନାରେ ଅନାଥ ହୋଇଥିବା ପିଲାଙ୍କ ପାଠ ପଢିବା ଖର୍ଚ୍ଚ ଉଠାଇବେ ରାଜ୍ୟ ସରକାର। ଅନାଥ ଶିଶୁ ରାଜ୍ୟ ସରକାରଙ୍କ Green Passage ଯୋଜନାରେ ସାମିଲ ହେବେ। ସେମାନଙ୍କ ମେଡିକାଲ ବା ଇଂଜିନିୟରିଂ ଶିକ୍ଷା ଖର୍ଚ୍ଚ ବି ସରକାର ବହନ କରିବେ। ଏମିତିକି ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ ଶିକ୍ଷାନୁଷ୍ଠାନ ଖର୍ଚ୍ଚ ସରକାର ଦେବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
କୋଭିଡ ମହାମାରୀ ସମୟରେ ଅନେକ ପିଲା ଅନାଥ ହୋଇଛନ୍ତି । ସେମାନଙ୍କ ପାଠ ପଢିବା ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥାରେ ସମସ୍ୟା ପରିଲିଖିତ ହୋଇଛି । ଏପରି ସମୟରେ ଓଡ଼ିଶା ସରକାର ଏହି ଅନାଥ ପିଲାଙ୍କ ପାଇଁ ସହୟତା ଦେବାକୁ ହାତ ବଢାଇଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି ସରକାର । ଯଦ୍ୱାରା ତାଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ । ସୂଚନା ମୁତାବକ, ବର୍ତ୍ତମାନ ଅନାଥ ଶିଶୁଙ୍କୁ 2000 ଟଙ୍କା ଷ୍ଟାଇପେଣ୍ଡ ମିଳୁଛି। କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ମଧ୍ୟ ଏହି ଷ୍ଟାଇପେଣ୍ଡ ଯୋଜନା କରାଯାଉଥିବା ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ କହିଛନ୍ତି ।
ଅନ୍ୟପକ୍ଷରେ ଏବେ ସୁଦ୍ଧା କୋଭିଡ ଯୋଗୁଁ ବାପା, ମାଙ୍କୁ ହରାଇଥିବା ୧୨ ଜଣ ପିଲା ଭତ୍ତା ପାଇଁ ଚିହ୍ନଟ ହୋଇଛନ୍ତି। ମଧୁବାବୁ ଯୋଜନାରେ ଭତ୍ତା ଦେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଓ ମୟୂରଭଂଜରୁ ୩ ଜଣ ଲେଖାଏଁ ପିଲା ପାଇବେ ଭତ୍ତା। ସେହିପରି ଭଦ୍ରକ, ରାୟଗଡ଼ା ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ଭତ୍ତା ପାଇବେ ବୋଲି ଚିହ୍ନଟ ହୋଇଛନ୍ତି ।
Powered by Froala Editor