ମୋତେ କ୍ଷମା କରି ଦେବ ବାପା

ବାପାଙ୍କୁ କ୍ଷମା ମାଗି ଜୀବନ ହାରିଲେ ଛାତ୍ର। ତେଲେଙ୍ଗାନାର ଅଦିଲାବାଦରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ଟେକୁମ ଶିବ କୁମାର ବୋଲି ଚିହ୍ନଟ କରାଯାଇଛି। ଟେକୁମ ଏକାଦଶରେ ପଢ଼ୁଥିବା ବେଳେ ପରୀକ୍ଷା ଦିନ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ତେଲଙ୍ଗାନାର ଆଦିଲବାଦ ଜିଲ୍ଲାରେ ଛାତ୍ର ଜଣଙ୍କ ପାଣିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବଳିମ୍ବ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେବାରୁ ମାନସିକ ଭାରସାମ୍ୟ ହରାଇ ଛାତ୍ର ଜଣଙ୍କ ଆତ୍ମହତ୍ୟା ଭଳି ଚମର ପଦକ୍ଷେପ ବାଛି ନେଇଛନ୍ତି। ସତନାଲା ଡ୍ୟାମରୁ ତାଙ୍କ ମୃତଦେହ ମିଳିଥିବା ବେଳେ ସୁଇସାଇଡ ନୋଟ ମିଳିବା ପରେ ପୂରା ଘଟଣା ଜାଣିପାରିଥିଲା ପୁଲିସ।
ସେ ଯେଉଁ ସ୍ଥାନରୁ ପାଣି ଭିତରକୁ ଡେଇଁ ଥିଲେ ସେଠାରୁ ଗୋଟିଏ ସୁଇସାଇଡ ନୋଟ ଜବତ ହୋଇଛି। ତାଙ୍କ ଘଣ୍ଟା, ୱାଲେଟ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ସୁଇଡସାଇଡ ନୋଟ ନିକଟରୁ ମିଳିଛି। ୱାଲେଟରେ ଦୁଇଟି ଫଟୋ ରହିଛି। ଗୋଟିଏ ନିଜର ଓ ଆଉ ଗୋଟିଏ ହେଉଛି ତାଙ୍କ ବାପାଙ୍କର।
ସୁଇସାଇଡ ନୋଟରେ ଲେଖାଥିଲା ଯେ, “ମୁଁ ଦୁଃଖିତ, ବାପା, ମୋତେ କ୍ଷମା କରିଦେବ। ମୁଁ ଏହି ଦୁଃଖର ସାମ୍ନା କରିବାକୁ ସକ୍ଷମ ହୋଇପାରୁନାହିଁ। ତୁମେ ମୋ ପାଇଁ ବହୁତ କିଛି କରିଛ। କିନ୍ତୁ ମୁଁ ତୁମ ପାଇଁ କିଛି କରିପାରିଲି ନାହିଁ। ମୋତେ କେବେ ବି ଏତେ ଖରାପ ଲାଗି ନଥିଲା। ପ୍ରଥମ ଥର ପାଇଁ ମୁଁ ପରୀକ୍ଷା ଦେଇପାରିଲି ନାହିଁ। ମୋତେ ବହୁତ ଖରାପ ଲାଗୁଛି।”
Powered by Froala Editor