ଦ୍ୱନ୍ଦ୍ୱ ଦୂର : ହିମାଚଳରେ ସୁଖୁ ସରକାର
ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦୂର ହୋଇଛି। ଦେଖାଯାଇଥିବା ରାଜନୀତିକ ହଟଚମଟକୁ ସମାଧାନ କରିଛି କଂଗ୍ରେସ। ଏଥିସହ ସୁଖବିନ୍ଦର ସିଂହ ସୁଖୁ ହିଁ ପୂର୍ବ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ।
ରାଜ୍ୟର ଏକମାତ୍ର ରାଜ୍ୟ ସଭା ଆସନରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ୬ ଜଣ ବିଧାୟକ ବିଜେପି ପାଇଁ କ୍ରସ ଭୋଟ କରିଥିଲେ। ଏହା ପରେ ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପତନ ହେବାର ଆଶଙ୍କା ବଢିଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ପରିସ୍ଥିତିକୁ ସମ୍ଭାଳି ନେଇଥିଲେ।
ଡି.କେ ଶିବକୁମାର କହିଛନ୍ତି, କଂଗ୍ରେସ ଦଳ ଏବଂ ବିଧାୟକଙ୍କ ମଧ୍ୟରେ ସମସ୍ତ ମତଭେଦ ସମାଧାନ ହୋଇଛି। ସୁଖବିନ୍ଦର ସିଂ ସୁଖୁ ମୁଖ୍ୟମନ୍ତ୍ରୀ ରହିବେ। ରାଜ୍ୟରେ ଅପରେଶନ ଲୋଟସ ବିଫଳ ହୋଇଛି।
ତେବେ ବିଜେପି ପାଇଁ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇଥିବା କଂଗ୍ରେସର ୬ ଜଣ ବିଧାୟକଙ୍କୁ ହିମାଚଳ ପ୍ରଦେଶ ବିଧାନସଭାର ବାଚସ୍ପତି ଅଯୋଗ୍ୟ ବିବେଚିତ କରିଛନ୍ତି। ଦଳ ବଦଳ ନିରୋଧ ଆଇନ ଅନୁସାରେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। କିନ୍ତୁ ସେମାନେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।
Powered by Froala Editor