NCERTକୁ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା
ସ୍ବତନ୍ତ୍ର ଡିମ୍ଡ ବିଶ୍ବବିଦ୍ୟାଳୟ ହୋଇଛି NCERT। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)କୁ ଆନୁଷ୍ଠାନିକ ଭାବରେ ‘ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ’ର ମାନ୍ୟତା ମିଳିଛି।
ଏହି ନିଷ୍ପତ୍ତି ସହିତ, NCERT ର ଭୂମିକା ଆଉ କେବଳ ସ୍କୁଲ ପାଇଁ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାରେ ସୀମିତ ରହିବ ନାହିଁ; ବରଂ, ଏହା ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଏକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସଶକ୍ତ ହେବ। ଫଳରେ ଏହାଦ୍ବାରା ନିଜସ୍ୱ କୋର୍ସ ଓ ପ୍ରୋଗ୍ରାମ ଆରମ୍ଭ କରିପାରିବ NCERT। ତା ସହ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାର ଅଧିକାର ମଧ୍ୟ ପାଇବ।
ଶିକ୍ଷାବିତଙ୍କ ମତରେ, ଏହାଦ୍ବାରା, ଜାତୀୟ ଶିକ୍ଷା, ପ୍ରଶିକ୍ଷଣ ଏବଂ ଗବେଷଣା ଆହୁରି ଶକ୍ତିଶାଳୀ ହେବ। ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ, ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ-UGC ଏହି ବର୍ଷ ଜାନୁଆରୀ ମାସରେ ଏକ୍ସପର୍ଟ କମିଟିଙ୍କ ସୁପାରିଶକୁ ଅନୁମୋଦନ କରିଥିଲା। ଏହି ସୁପାରିଶ ଅନୁଯାୟୀ, ଦେଶର ପ୍ରମୁଖ ସ୍କୁଲ ଶିକ୍ଷା ସଂସ୍ଥା ଜାତୀୟ ଶିକ୍ଷାଗତ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ-NCERTକୁ ‘ଡିମ୍ଡ ଟୁ ବି ୟୁନିଭର୍ସିଟି’ ମାନ୍ୟତା ମିଳିଛି।
ଏହି ସରକାରୀ ନିଷ୍ପତ୍ତି ପରେ, NCERT ଏବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ର ନିୟାମକ ପରିସରକୁ ଆସିଛି। ଏହା ବୁଝାଏ ଯେ ଏହାର ସମସ୍ତ ଶିକ୍ଷାଗତ କାର୍ଯ୍ୟକ୍ରମ UGC ର ନିୟମ ଏବଂ ଗୁଣାତ୍ମକ ମାନଦଣ୍ଡ ଅନୁଯାୟୀ ପରିଚାଳିତ ହେବ, ଯାହାଦ୍ୱାରା ଏହାର ବିଶ୍ୱସନୀୟତା ଆହୁରି ଦୃଢ଼ ହେବ।
Powered by Froala Editor