ହିମାଚଳ ପ୍ରଦେଶରେ ରଜନୈତିକ ସଙ୍କଟ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୫ ବିଜେପି ବିଧାୟକ ନଲମ୍ବିତ

ହିମାଚଳ ପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଯାଇଛି। ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନ ବେଳେ ଛଅ ଜଣ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପରେ କଂଗ୍ରେସ ସରକାରରେ ଫାଟ ସୃଷ୍ଟି ହୋଇଛି। ଏହି ସମୟରେ ହିମାଚଳ ପ୍ରଦେଶ ବିଧାନସଭା ବାଚସ୍ପତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଜୟରାମ ଠାକୁରଙ୍କ ସମେତ ୧୫ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକଙ୍କୁ ନିଲମ୍ବିତ କରି ଗୃହକୁ ସ୍ଥଗିତ ରଖିଛନ୍ତି।
ବର୍ତ୍ତମାନ ରାଜ୍ୟରେ ବିରାଟ ରାଜନୈତିକ ଅସ୍ଥିରତା ଚାଲିଛି। କଂଗ୍ରେସ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି। ହିମାଚଳ ପ୍ରଦେଶରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି। ଯାହା ପରେ ଏହି ସବୁ ଘଟଣା ଆରମ୍ଭ ହୋଇଛି। ଗୃହରୁ ବିଦା ହୋଇଥିବା ବିଧାୟକଙ୍କ ମଧ୍ୟରେ ବିରୋଧୀ ଦଳର ନେତା ଜୟରାମ ଠାକୁର, ଜନକ ରାଜ, ଲୋକେନ୍ଦ୍ର, ରଣବୀର ନିକ୍କାଙ୍କ ସମେତ ୧୫ ଜଣ ଅଛନ୍ତି। ନିଲମ୍ବିତ ହେବା ପରେ ମାର୍ଶଲ ସମସ୍ତଙ୍କୁ ବିଧାନସଭା ଭିତରୁ ବାହାର କରିଦେଇଛନ୍ତି।
ବାଚସ୍ପତି ୧୫ ଜଣ ବିଧାୟକଙ୍କୁ ନିଲମ୍ବିତ କରି କହିଛନ୍ତି, ସେମାନଙ୍କ କାର୍ଯ୍ୟ ଅସଂସଦୀୟ। ଯାହା ଏହି ଗୃହ ଏବଂ ବିଧାନସଭାର ସମ୍ମାନକୁ କ୍ଷତି ପହଞ୍ଚାଇଛି ଏବଂ ଏହି ପରିସ୍ଥିତିରେ ଗୃହ ଚଳାଇବା ସମ୍ଭବ ନୁହେଁ। ସେ କହିଛନ୍ତି ମୁଁ ପ୍ରସ୍ତାବ ଦେଉଛି ଯେ ନିମ୍ନଲିଖିତ ସଦସ୍ୟମାନଙ୍କୁ ବିଧାନସଭା ଗୃହରୁ ବହିଷ୍କାର କରାଯାଉ।
Powered by Froala Editor