୧୦୦ ଟଙ୍କାର ଟାବଲେଟରେ ଭଲ ହେବ କ୍ୟାନସର !

ଆମେରିକା ଏବଂ ଚାଇନା ପରେ ଭାରତରେ ବିଶ୍ୱରେ ସର୍ବାଧିକ କର୍କଟ ରୋଗୀ ଅଛନ୍ତି। ଯେଉଁମାନେ କର୍କଟକୁ ମାତ ଦେଇ ସୁସ୍ଥ ହୁଅନ୍ତି, ସେମାନଙ୍କୁ ପୁଣିଥରେ ଏହି ରୋଗ ଭବିଷ୍ୟତରେ ଗ୍ରାସ କରିବାର ଆଶଙ୍କା ଥାଏ। ତେଣୁ କ୍ୟାନସର କେବେ ସଂପୂର୍ଣ୍ଣ ଭାବେ ଭଲ ହୁଏ ନାହିଁ ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ସବୁଠୁ ବଡ କର୍କଟ ଡାକ୍ତରଖାନା ଟାଟା ହସ୍ପିଟାଲର ଡାକ୍ତରମାନେ ଏହା ଉପରେ ଉପଶମ ପାଇଛନ୍ତି। ମାତ୍ର ୧୦୦ ଟଙ୍କାରେ ଡାକ୍ତରମାନେ ଏକ ଟାବଲେଟ ପ୍ରସ୍ତୁତ କରିଛନ୍ତି, ଯାହା କର୍କଟ ରୋଗର ପୁନରାବୃତ୍ତିରୁ ରକ୍ଷା କରିବ ଏବଂ କେମୋ-ରାଡିଏଶନର ପାର୍ଶ୍ୱ ପ୍ରତିକ୍ରିୟାକୁ ମଧ୍ୟ ହ୍ରାସ କରିବ।
ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ, ଭାରତର ସବୁଠୁ ବଡ ଏବଂ ସର୍ବୋତ୍ତମ କର୍କଟ ଡାକ୍ତରଖାନା। ଭାରତରେ ବଢୁଥିବା କର୍କଟ ରୋଗକୁ ଦୃଷ୍ଟିରେ ରଖି ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚର ବୈଜ୍ଞାନିକମାନେ ଏକ ଟାବଲେଟ ପ୍ରସ୍ତୁତ କରିଛନ୍ତି। ଯାହା କର୍କଟ ରୋଗର ଚିକିତ୍ସା ତଥା ଦ୍ୱିତୀୟ ଥର କର୍କଟ ରୋଗକୁ ରୋକିବାରେ ସାହାଯ୍ୟ କରିବ। ବଟିକାର ଟ୍ରାଏଲ ବେଶ ସଫଳ ହୋଇଛି। ଏହା କ୍ୟାନସରକୁ ପୁଣି ସକ୍ରିୟ ହେବାକୁ ଦେଉନାହିଁ।
ଯଦି କେହି କ୍ୟାନସରରୁ ଭଲ ହୋଇଛନ୍ତି, ତା’ହେଲେ ଟାଟା ଇନଷ୍ଟିଚ୍ୟୁଟ ବାହାର କରିଥିବା ବଟିକା ଖାଇଲେ ପୁଣି କ୍ୟାନସର ହେବା ଆଶଙ୍କା ରହିବ ନାହିଁ ବୋଲି ହସ୍ପିଟାଲର ଡାକ୍ତରମାନେ ଦାବି କରିଛନ୍ତି। ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଟ କ୍ୟାନସର ସର୍ଜନ ଡାକ୍ତର ରଜେନ୍ଦ୍ର ବାଡଭେ ମଧ୍ୟ ରିସର୍ଚ୍ଚ ଗ୍ରୁପର ଅଂଶବିଶେଷ ଥିଲେ। ଏହି ଆବିଷ୍କାର ପଛରେ ଥିବା ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି।
Powered by Froala Editor