ଜାଲରେ ପଡିଲା କୁମ୍ଭୀର

ମାଲକାନଗିରି: ଗାଁ ପୋଖରୀରେ ମାଛ ଧରିବା ସମୟରେ ଜାଲରେ ପଡିଲା କୁମ୍ଭୀର । ମାଲକାନଗିରି ଜିଲ୍ଲା ପୁଶୁଗୁଡା ପଞ୍ଚାୟତ ଅନ୍ତର୍ଗତ ଏମ.ପି.ଭି. ୫୫ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ପରେ ଗାଁ ଲୋକେ କୁମ୍ଭୀରଟିକୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ ।
ମୋଟୁ ରେଞ୍ଜର ଓ ଫରେଷ୍ଟର ଗାଁରେ ପହଞ୍ଚି କୁମ୍ଭୀରଟିକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିବା ସହ ମାଲକାନଗିରି ପ୍ରାଣୀ ଚିକିତ୍ସାଳୟକୁ ନେଇ କୁମ୍ଭୀରର ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ । କୁମ୍ଭୀରଟି ସୁସ୍ଥ ରହିଥିବା ଜାଣିବା ପରେ ତାହାକୁ ନେଇ ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ ଛାଡ଼ି ଦେଇଛି ବନ ବିଭାଗ । ସେପଟେ ଏତେ ବଡ କୁମ୍ଭୀର ପୋଖରୀରେ ଥିବା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
Powered by Froala Editor