୬୦ ବର୍ଷରେ ପୁଣି ମା’ ହେବେ ସିଦ୍ଧୁ ମୁସେଓ୍ୱାଲାଙ୍କ ମା’
ପଞ୍ଜାବର ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁସେଓ୍ୱାଲାଙ୍କ ମା’ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ତାଙ୍କ ମା’ ଚରଣ କୌର ସିଂହ ଗର୍ଭବତୀ ଥିବା ସୂଚନା ମିଳିଛି। ଆସନ୍ତ ମାର୍ଚ୍ଚ ମାସରେ ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ।
୬୦ ବର୍ଷରେ ପହଞ୍ଚି ସାରିଥିବା ସିଦ୍ଧୁ ମୁସେଓ୍ୱାଲାଙ୍କ ମା’ ଆଇଭିଏଫ୍ ଜରିଆରେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏଥିପାଇଁ ସେ ସ୍ୱତନ୍ତ୍ର ଭାବେ ଡାକ୍ତରଙ୍କ ଦେଖାରେଖାରେ ଅଛନ୍ତି। ସିଦ୍ଧୁ ମୁସେଓ୍ୱାଲାଙ୍କ ବଡ଼ ବାପା ଚମକୌର୍ ସିଂହ ଏହି ସୂଚନା ଦେଇଛନ୍ତି। ତେବେ ସିଦ୍ଧୁଙ୍କ ବାପା-ମା’ଙ୍କ ତରଫରୁ କିଛି କୁହାଯାଇ ନାହିଁ।
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଏହା ପ୍ରଥମ ଥର ହେବ, ଯେତେବେଳେ ତାଙ୍କ ଘରେ ଖୁସିର ଗୁଞ୍ଜନ ଶୁଣାଯିବ। ସୂଚନାଯୋଗ୍ୟ, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ମାତାପିତାଙ୍କର ସେ ଏକମାତ୍ର ପୁତ୍ର ଥିଲେ। ସେଥିପାଇଁ ସିଦ୍ଧୁ ପରିବାରର ପ୍ରଶଂସକମାନେ ଉତ୍ତରାଧିକାରୀ ପାଇଁ ନିରନ୍ତର ପ୍ରାର୍ଥନା କରୁଥିଲେ। ଏହି କାରଣରୁ ସିଦ୍ଧୁ ବର୍ତ୍ତମାନ ଆଇଭିଏଫ ଟେକ୍ନୋଲୋଜି ସାହାଯ୍ୟରେ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଖବର ହେଉଛି ସିଦ୍ଧୁଙ୍କ ମା’ ମାର୍ଚ୍ଚ ମାସରେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି।
Powered by Froala Editor