ପଜିଟିଭିଟି ହାର କମୁଛି,ହେଲେ ଭାଇରସର ବହୁତ ଅଧିକ ମ୍ୟୁଟାଣ୍ଟ ରହିଛି
ଭୁବନେଶ୍ୱର: ଆଶ୍ୱସ୍ତିର କଥା ପଜିଟିଭିଟି ହାର କମୁଛି । ଆଶା କରିବା ଆହୁରି କମିବ । ଏବେ ଲକଡାଉନ ଆଉ ଅନଲକ ନିୟମିତ ପ୍ରକ୍ରିୟା ହୋଇଯାଇଛି । କାରଣ ଏହା ସଂକ୍ରମିତଙ୍କ ସଂଖ୍ୟା ଉପରେ ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ପରିସ୍ଥିତିକି ଲକ୍ଷ୍ୟ କରି ସମୀକ୍ଷା କରାଯିବ । ଅନଲକ କଲେ ସଂକ୍ରମଣ ଆଉ ଥରେ ହେବାର ସମ୍ଭାବନା ଉପରେ ଅନୁଧ୍ୟାନ କରାଯିବ । ତାପରେ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଭାଇରସର ବହୁତ ଅଧିକ ମ୍ୟୁଟାଣ୍ଟ ରହିଛି । ନର୍ମାଲ ସାଇକେଲ ବେଳେ ମ୍ୟୁଟେସନ ଗୋଟେ ସାଧାରଣ ପ୍ରକ୍ରିୟା । ସେ ମଧ୍ୟରୁ କେତେକ ଇଫେକ୍ଟିଭ ଓ ଆଉ କେତେକ ଇନଇଫେକ୍ଟିଭ । ଡେଲ୍ଟା ପ୍ରଜାତିର ମ୍ୟୁଟାଣ୍ଟ ଅଧିକ ପ୍ରଭାବଶାଳୀ ଥିଲା । ଅନ୍ୟ ମ୍ୟୁଟାଣ୍ଟ ମଧ୍ୟ ଆସିପାରେ । ନକଲି ଔଷଧ ବେପାର ନୂଆ ନୁହେଁ । ସେଥିପାଇଁ ପୂର୍ବରୁ ମଧ୍ୟ ଆଇନ ଅଛି । ପରିସ୍ଥିତି ଆସିଲେ ମୁନାଫାଖୋର ବ୍ୟବସାୟୀ ଏମିତି କରନ୍ତି । ସରକାର ସଚେତନ ଅଛନ୍ତି । ତଦନ୍ତ ହୋଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ECMO ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ଟେଣ୍ଡର ପ୍ରକ୍ରିୟା ସହ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି । ମାନବସମ୍ବଳ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । AIIMS ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ କରି ଏପର୍ଯ୍ୟନ୍ତ କରିପାରିନାହାନ୍ତି । କମ୍ପାନୀ ଯେତେ ଜଲଦି ଦେବ ଆମେ କାର୍ଯ୍ୟକ୍ଷମ କରିବୁ । ସଂକ୍ରମଣ ହାର ବା TPR ସବୁବେଳେ ପରିବର୍ତ୍ତନ ହେଉଛି । କେତେବେଳେ ବଢୁଛି ପୁଣି କେତେବେଳେ କମୁଛି । ଘର ଭିତରେ ଅଧିକ ଲୋକ ରହିଲେ ମଧ୍ୟ ମାସ୍କ ପିନ୍ଧନ୍ତୁ । ଅଯଥା ଗହଳିକୁ ଯାଆନ୍ତୁ ନାହିଁ, ଯଦି ଯାଉଛନ୍ତି ମାସ୍କ ପିନ୍ଧନ୍ତୁ । ହାତ ଧୁଅନ୍ତୁ । କୋଭିଡ କଟକଣା ଭିତରେ ରଜ ପାଳନ କରନ୍ତୁ ବୋଲି କହିଛନ୍ତି ସିବିକେ ମହାନ୍ତି ।
Powered by Froala Editor