ବାହାଘର ପାଇଁ ଅଟୋରେ ବିଜ୍ଞାପନ

ବାହାଘର ପାଇଁ କିଏ ପେପରରେ ବିଜ୍ଞାପନ ଦେଇଥାଏ ତ କିଏ ମଧ୍ୟସ୍ଥି ଦ୍ୱାରା ଠିକ କରିଥାଏ । ହେଲେ ଜଣେ ଯୁବକର ବାହାଘର ହେଉନଥିବାରୁ ସେ ଅଭିନବ ଉପାୟ ଆପଣେଇଛନ୍ତି ।
ମଧ୍ୟପ୍ରଦେଶର ଦମୋହର ଜଣେ ୩୦ ବର୍ଷୀୟ ଯୁବକଙ୍କ ନାମ ଦୀପେନ୍ଦ୍ର ରାଠୋର। ସେ ଇ-ରିକ୍ସା ଚଲାନ୍ତି। ତାଙ୍କ ବିବାହ ଠିକ୍ ହୋଇପାରୁ ନଥିବାରୁ ସେ ନିଜର ଇ-ରିକ୍ସାରେ ବଡ ବ୍ୟାନର ଲଗାଇଛନ୍ତି। ସେଥିରେ ନିଜ ସମ୍ପୂର୍ଣ୍ଣ ତଥ୍ୟ ସହ ଫଟୋ ମଧ୍ୟ ଲଗାଇଛନ୍ତି। ଏଥିରେ ନିଜର ଶିକ୍ଷା, ଉଚ୍ଚତା, ଭଳି ସମସ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି।
ଏହି ଇ-ରିକ୍ସାକୁ ନେଇ ସେ ସହରର ସମସ୍ତ ସ୍ଥାନରେ ବୁଲନ୍ତି। ଯେଉଁଠାକୁ ରିକ୍ସା ନେଇ ଯାଆନ୍ତି, ଲୋକେ ବ୍ୟାନରକୁ ପଢନ୍ତି। ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ, ତାଙ୍କୁ ୩୦ ବର୍ଷ। ବିବାହ ଠିକ୍ ହୋଇ ନପାରିବାରୁ ସେ ଏପରି କରିଛନ୍ତି।
ସେ ବ୍ୟାନରରେ ଲେଖିଛନ୍ତି ଯେ, ବିବାହ ପାଇଁ ଜାତି ଓ ଧର୍ମର କୌଣସି ବନ୍ଧନ ନାହିଁ। ଯେକୌଣସି ଜାତି ଓ ଧର୍ମର ଯୁବତୀ ପ୍ରସ୍ତାବ ନେଇ ତାଙ୍କ ଘରକୁ ଆସିପାରିବେ। ତେବେ ଏହି ବ୍ୟାନର ଦ୍ୱାରା ତାଙ୍କୁ ପ୍ରସ୍ତାବ ମଧ୍ୟ ଆସୁଛି । ସେ ଏଥିପାଇଁ ଖୁସି ଅଛନ୍ତି । ଖୁବଶୀଘ୍ର ତାଙ୍କ ବାହାଘର ମଧ୍ୟ ଠିକ୍ ହୋଇଯିବ ବୋଲି କହିଛନ୍ତି । ବିବାହ ପରେ ସେ ଏହି ବ୍ୟାନର ହଟାଇବା ସହ ପତ୍ନୀଙ୍କ ସହ ଫଟୋ ଜାରି କରିବେ ବୋଲି କହିଛନ୍ତି ।
Powered by Froala Editor