ପେଟିଏମ୍ UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇ ଦେଲା ଏହି ନିର୍ଦ୍ଦେଶ
ପେଟିଏମ୍ ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ ଦେଇଛି । ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେଶନ ଲିମିଟେଡ ଥାର୍ଡ ପାର୍ଟି ଆପ ହେବାକୁ ଅନୁରୋଧ କରିଛି।
ରିଜର୍ଭ ବ୍ୟାଙ୍କ NPCI କୁ ଏକ ଆଡଭାଇଜରୀ ଜାରି କରି କହିଛି ଯେ ପେଟିଏମ୍ ଆପକୁ ଚାଲୁ ରଖିବା ପାଇଁ, NPCI ଏକ ଦେୟ ସେବା ପ୍ରଦାନକାରୀ ଭାବରେ ଅଧିକ ପରିମାଣର ୟୁପିଆଇ କାରବାର କରିବାର କ୍ଷମତା ଥିବା ୪-୫ ଟି ବ୍ୟାଙ୍କର ସାର୍ଟିଫିକେସନ୍ ସୁବିଧା କରିବା ଉଚିତ୍ । ଅର୍ଥାତ୍ ପେଟିଏମ ପେମେଣ୍ଟ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ପେଟିଏମ ଆପରେ ଲିଙ୍କ୍ କରିଥିଲେ ଗ୍ରାହକମାନେ କାରବାର କରିପାରିବେ ।
କାରଣ ଏପରି କଲେ ହିଁ ପ୍ଲାଟଫର୍ମରେ ନିରବଚ୍ଛିନ୍ନ ଭାବରେ ୟୁପିଆଇ ନେଣଦେଣ ଜାରି ରହିପାରିବ। ଆଉ ପେଟିଏମର ଏହି ଅନୁରୋଧର ଯାଞ୍ଚ ପାଇଁ ଏନପିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଆରବିଆଇ। ଏଥିସହ ରିଜର୍ଭ ବ୍ୟାଙ୍କ ଏନପିସିଆଇକୁ ପେଟିଏମ ଆପ୍ରେ ୟୁପିଆଇ ପରିଚାଳନା ଜାରି ରଖିବା ପାଇଁ ସାହାଯ୍ୟ କରିବାକୁ କହିଛନ୍ତି।
Powered by Froala Editor