ବିବାହ ପୂର୍ବରୁ ରାଧିକାଙ୍କୁ ୪.୫ କୋଟିର କାର୍ ଦେଲେ ମୁକେଶ ଅମ୍ବାନୀ
ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବରୁ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ବିବାହ ପୂର୍ବରୁ ଅମ୍ବାନୀ ବୋହୂ ରାଧିକା ମର୍ଚାଣ୍ଟଙ୍କୁ ଦାମୀକା କାର୍ ଗିଫ୍ଟରେ ଦେଇଛନ୍ତି । ଏ
ମିଡିଆ ରିପୋର୍ଟ ଅନୁଯାୟୀ, ରାଧିକା ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଠାରୁ ୪.୫ କୋଟି ଟଙ୍କା ମୂଲ୍ୟର କାର୍ ପାଇଛନ୍ତି। ମୁକେଶ ଅମ୍ବାନୀ ଅନନ୍ତ ଏବଂ ରାଧିକାଙ୍କୁ ଏକ ସୁନ୍ଦର ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟିସି ସ୍ପିଡ ଉପହାର ଦେଇଛନ୍ତି। ଦେଶରେ କେବଳ କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କ ପାଖରେ ଏହି କାର୍ ଅଛି। ସେମାନଙ୍କ ମଧ୍ୟରୁ ବିରାଟ କୋହଲି, ଆମୀର ଖାନ, ଅଭିଷେକ ବଚ୍ଚନଙ୍କ ପରି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ପାଖେ ଏହି କାର୍ ରହିଛି। ଏହା ଏକ ବ୍ରିଟିଶ ନିର୍ମିତ ଯାନ ଏବଂ ଏହାର ମୂଲ୍ୟ ୪.୫ କୋଟି ଟଙ୍କା। ହାର ସହ ହୀରାର ହାର ମଧ୍ୟ ଦେଇଛନ୍ତି ।
Powered by Froala Editor