ମାର୍ଚ୍ଚ ୧ ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ବ୍ରହ୍ମପୁର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏ ନେଇ ରାଷ୍ଟ୍ରପତି ଭବନରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଚିଠି ଆସିବା ପରେ ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ନେଇ ଏକପ୍ରକାର ସ୍ପଷ୍ଟ ସୂଚନା ମିଳିଛି । ମାର୍ଚ୍ଚ ୧ ତାରିଖ ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବାରୁ ଯାଉଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗ ଦେବାକୁ ଯାଉଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ଥର ପାଇଁ ୧୯୭୨ ମସିହାରେ ତତ୍କାଳୀନ ଦେଶର ଚତୁର୍ଥ ରାଷ୍ଟ୍ରପତି ଭି.ଭି ଗିରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଆସିଥିବବେଳେ ସେତେବେଳେ ଏହା ପୁରୁତାନ କ୍ୟାମ୍ପସରେ ରହିଥିଲା । ହେଲେ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପାସରେ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ବୋଲି କହିଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ।
ତେବେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା କାର୍ୟ୍ୟକ୍ରମରେ ୫୦ମିନିଟ୍ ଧରି ଉପସ୍ଥିତ ରହିବେ ମହାମହିମ ରାଷ୍ଟ୍ରପତି । ଏହି ଉତ୍ସବରେ ୪୩ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଡିଗ୍ରୀ ପ୍ରଦାନ କରାଯିବାକୁ ରହିଥିବାବେଳେ ୩ଜଣଙ୍କୁ ଡିଲିଟ୍, ଜଣଙ୍କୁ ଡିଏସ୍ସି ପ୍ରଦାନ କରାଯିବା ସହିତ ପ୍ରାୟ ୩୫ଟି ବିଭାଗର ଟପର୍ ବିଦ୍ୟାର୍ଥୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ ରାଷ୍ଟ୍ରପତିନ ଦ୍ରୌପଦୀ ମୁର୍ମୁ ।
Powered by Froala Editor