ବିଧାନସଭା: ଆଜି ପାରିତ ହେବ ବ୍ୟୟ ମଞ୍ଜୁର ବିଲ
ଭୁବନେଶ୍ୱର: ଆଜି ବିଧାନସଭାରେ ବ୍ୟୟ ମଞ୍ଜୁର ବିଲ ପାରିତ ହେବ । ପ୍ରଥମେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଶିଳ୍ପ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଶକ୍ତି ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି, ସରକାରୀ ଉଦ୍ୟୋଗର ପ୍ରଶ୍ନକାଳ ରହିଛି । ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଶାସକ ଓ ବିରୋଧୀ ଉଠାଇବେ ।
ଏହାପରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଆଲୋଚନା ଆରମ୍ଭ ହେବ। ଅପରାହ୍ନରେ ସମସ୍ତ ବିଧାୟକଙ୍କର ଏକ ଫଟୋ ସେସନ କରାଯିବ । ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଶାସକ ଓ ବିରୋଧୀ ଉଠାଇବେ। ଏହାପରେ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ୍ ସମ୍ପର୍କରେ ଆଲୋଚନା ଆରମ୍ଭ ହେବ। ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ ହୋଇଥିବାରୁ, ଅପରାହ୍ନରେ ସମସ୍ତ ବିଧାୟକଙ୍କର ଏକ ଫଟୋ ସେସନ୍ କରାଯିବ।
ସୂଚନାଥାଉକି, ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୫୫ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ । ତେବେ ଏପ୍ରିଲରୁ ଜୁଲାଇ ପର୍ୟ୍ୟନ୍ତ ପ୍ରଥମ ୪ମାସ ପାଇଁ ଏଥିରୁ ୧.୧୮ଲକ୍ଷ କୋଟି ଟଙ୍କାର ଲେଖାନୁଦାନ(କାମଚଳା ବଜେଟ)କୁ ପାରିତ ନିମନ୍ତେ ଗୃହର ଅନୁମତି ଲୋଡ଼ିଥିଲେ । ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାରର ପଂଚମ ପାଳିର ଏହା ଶେଷ ବଜେଟ୍ ହୋଇଥିବାବେଳେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଇଁ ବାର୍ଷିକ ଅନୁଦାନ ପରିମାଣକୁ ୫୦୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
Powered by Froala Editor