ଗାଁ ଲୋକଙ୍କ ବିକାଶ ହେଲେ ବିରୋଧୀଙ୍କୁ କଷ୍ଟ ହେଉଛି
ଭୁବନେଶ୍ୱର: ଓଡିଶାରେ ବିରୋଧୀ ଦଳ ନିଜର ଯୋଗ୍ୟତା ହରେଇସାରିଲେଣି । ନୟାଗଡ ବିଜେଡି ବିଧାୟକ ଅରୁଣ ସାହୁ ଗୁରୁବାର ବିଧାନସଭା ବଜେଟ୍ ଅଧିବେଶନର ଶୂନ୍ୟକାଳରେ ଏହା କହିଛନ୍ତି । ।ବିଧାନସଭାରେ ବିରୋଧୀ ଅର୍ପଣ ରଥ, ଉଷୁନା ଚାଉଳ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପରେ ବିଧାୟକ ଅରୁଣ ସାହୁ ମଧ୍ୟ ବିରୋଧୀଙ୍କୁ ଜବାବ୍ ଦେଇଛନ୍ତି । କହିଛନ୍ତି, ବିକାଶକୁ ନେଇ ପ୍ରଶ୍ନ ଉଠାଇବା ହେଉଛି ବିରୋଧୀଙ୍କ କାମ । ବିଭିନ୍ନ ତରିକାରେ ସେମାନେ ବିକାଶକୁ ବିରୋଧ କରିବେ । ହେଲେ ବିରୋଧୀ ଦଳ ଭୂମିକା ନିଭେଇବା ପାଇଁ କିନ୍ତୁ ସେ ଯୋଗ୍ୟତା ହରେଇଲେଣି । ପରିକ୍ରମା ପ୍ରକଳ୍ପକୁ ସେମାନେ ବିରୋଧ କରିଚାଲିଛନ୍ତି । ବିଭ୍ରାନ୍ତକାରୀ କଥା କହି ଗୋଟେ ସରକାରକୁ ବଦନାମ କରିବାକୁ ଚାହୁଛନ୍ତି । ହେଲେ ତାର ଫଳ କଣ ଆସିଲା ସମସ୍ତେ ଜାଣିଛନ୍ତି । ବିରୋଧୀ ପାଇଁ ସେମାନେ ଯୋଗ୍ୟ କି ନୁହେଁ, ଆଗକୁ ଓଡିଶା ବାସୀ ଏହାର ଜବାବ ଦେବେ । ତେବେ ଓଡିଶାରେ ବିରୋଧୀ ଦଳ ଗୁଡିକ ହେଉଛନ୍ତି ଓଡିଶାର ବିରୋଧୀ, ଓଡିଶା ବିକାଶର ବିରୋଧୀ ଏବଂ ଓଡିଶା ଉନ୍ନତିର ବିରୋଧୀ । ଗାଁ ଲୋକଙ୍କ ବିକାଶ ହେଲେ ସେମାନଙ୍କୁ କଷ୍ଟ ହେଉଛି ବୋଲି ଅରୁଣ ସାହୁ କହିଛନ୍ତି ।
ଖାଲି ସେତିକି ନୁହେଁ, ବିରୋଧୀଙ୍କୁ ତାତ୍ସଲ୍ୟ କରି ଅରୁଣ ସାହୁ କହିଛନ୍ତି ଯେ, ଶେଷ ଅଧିବେଶନରେ ଟିକେ ପଶ୍ଚାତ୍ୟାପ କର ଓ ଅନୁତାପ କର । ଓଡିଶାବାସୀ ଆପଣମାନଙ୍କୁ କ୍ଷମା କରିବେ ନାହିଁ । ନିର୍ବାଚନରେ ଓଡିଶାବାସୀ କ୍ଷମା ଦେବେନି । ବିକାଶକୁ ବିରୋଧ କରି ଭାରତ ବର୍ଷରେ କେହି ଜିତି ନାହାଁନ୍ତି, କି ଆପଣମାନେ ଜିତି ପାରିବେନି ବୋଲି କହିଛନ୍ତି କହିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ ।
Powered by Froala Editor