ଓଡିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ତୃତୀୟ ଦିନ
ଭୁବନେଶ୍ବର: ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ତୃତୀୟ ଦିନ। ଗୁରୁବାର ଝାରସୁଗୁଡାରେ ରାହୁଲ ଗାନ୍ଧୀ ପଦଯାତ୍ରା କରିବେ । ପରେ ସେଠାରୁ ଛତିଶଗଡ ଅଭିମୁଖେ ବାହାରିବେ । ବୁଧବାର ରାଉରକେଲାର ଉଦିତନଗର ପାନପୋଷ ଚକ ରାଜଗାଙ୍ଗପୁରରେ ପଦଯାତ୍ରା ଏବଂ ସାଧାରଣ ସଭା କରିଥିଲେ। ପରେ କୁତ୍ରା ଏବଂ ବଡଗାଁ ଦେଇ ସୁନ୍ଦରଗଡରେ ପହଞ୍ଚିବା ପରେ ଝାରସୁଗୁଡା ଯାଇଥିଲେ। ବୁଧବାର ଜନସଭାକୁ ସମ୍ବୋଧନ କରୁଥିବା ସମୟରେ ରାହୁଲ ବିଜେପି ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ତେଣୁ ଗୁରୁବାର ମଧ୍ୟ ସମାନ ଢଙ୍ଗରେ ବିଜେପି ଏବଂ ବିଜେଡି ବିରୁଦ୍ଧରେ ବର୍ଷିବା ନେଇ ଅନୁମାନ କରାଯାଉଛି।
Powered by Froala Editor