ମାଓ ହମଲାର ପାଲଟା ଜବାବ, ୬ ମାଓବାଦୀଙ୍କୁ ଏନକାଉଣ୍ଟର

ଛତିଶଗଡ଼ର ବସ୍ତର ଅଞ୍ଚଳରେ ବଡ଼ ଧରଣର ନକ୍ସଲ ହମଲା ହୋଇଛି। ଗୁଳି ବିନିମୟରେ ୩ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଆହତ ହୋଇଥିଲେ। ଘଟଣାର ଅଳ୍ପ ସମୟ ମଧ୍ୟରେ ସୁରକ୍ଷାବାହିନୀର ଯବାନମାନେ ୬ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି।
ବସ୍ତର ଆଇଜି ସୁନ୍ଦରରାଜ ପଟ୍ଟଲିଙ୍ଗମ କହିଛନ୍ତି, ଟେକୁଲଗୁଡେମରେ ଏକ କ୍ୟାମ୍ପ ତିଆରି କରାଯାଉଥିବା ବେଳେ ନକ୍ସଲମାନେ ଆକ୍ରମଣ କରିଥିଲେ। ସେଠାରେ ମୁତୟନ ହୋଇଥିବା ସିଆରପିଏଫ୍ର କୋବ୍ରା ବାହିନୀ ସହିତ ସ୍ପେଶାଲ ଟାସ୍କଫୋର୍ସ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି)ର ସୁରକ୍ଷାକର୍ମୀମାନେ ଏହା ଜବାବ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ମିଳିଥିବା ଭିଜୁଆଲରୁ ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡା ଓ ଅଲୀଗୁଡା ନିକଟରେ ମାଓଙ୍କର ଉପସ୍ଥିତି ନେଇ ଯବାନମାନେ ସେଠାରେ ଶିବିର କରି ରହିବା ସହ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେଶନ କରିଥିଲେ। ମଙ୍ଗଳବାର ହଠାତ୍ ମାଓବାଦୀମାନେ ଯବାନଙ୍କ ଉଫରେ ଆକ୍ରମଣ କରିଥିଲେ। ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ଜଣ ଯବାନ ଶହୀଦ ହୋଇଥିଲେ। ଆହତ ଯବାନଙ୍କୁ ଜଗଦଲପୁରସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କିନ୍ତୁ ଗୁରୁତର ଯବାନଙ୍କୁ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି।
Powered by Froala Editor