ସରକାର ଆଣିଛନ୍ତି ନୂଆ ଯୋଜନା ‘ଲାଭ’, ୧୧୯ଟି ବ୍ଲକରେ ଲାଭ ନେଇପାରିବେ ମହିଳା

ଭୁବନେଶ୍ବର :ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା ‘ଲାଭ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ଯୋଜନା ଫଳରେ ରାଜ୍ୟର ଆଦିବାସୀ ମହିଳା ମାନେ ଉପକୃତ ହେବେ। ଲାଭ ଅର୍ଥାତ ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା। ଜନଜାତି ବହୁଳ ରାଜ୍ୟର ୧୧୯ଟି ବ୍ଲକରେ ଏହି ଯୋଜନାରେ ଲାଭ ନେଇପାରିବେ ମହିଳା। ମିଶନ ଶକ୍ତି, ଟିଡିସିସି ସହ ସମନ୍ଵୟରେ ଏହି ଯୋଜନା କାର୍ୟ୍ୟ କରିବ।
ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଫଣ୍ଡିଂ କରିବେ। ଯୋଜନା ପାଇଁ ଶହେ କୋଟିର ବ୍ୟୟ ବରାଦ କରାଯାଇଛି। ଏଥି ସହିତ ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ଏମଏସପି ଧାର୍ୟ୍ୟ କରିବେ। ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ୍ ନିର୍ଣ୍ଣୟ କରାଯିବ।
Powered by Froala Editor