ଶୋଇବା ଘରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

କେନ୍ଦୁଝର: ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ । ଶୋଇବା ଘରୁ ମିଳିଛି ମୃତଦେହ। କେନ୍ଦୁଝର ଜିଲ୍ଲା ପାଟଣା ଥାନା ତେଣ୍ଡରା ଗାଁର ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମଙ୍ଗଳବାର ଦିନ ପାଟଣା ଥାନା ତେଣ୍ଡରା ଗାଁର ଏକ ଘର ଭିତରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ଛାତ୍ରୀଙ୍କ ନାମ ଲିଟିଲ ମହାନ୍ତ ବୋଲି ଜଣାପଡିଛି । ସେ ପାଟଣା କଲେଜରେ ପାଠ ପଢୁଥିଲେ । ତେବେ ଏବେ ଯାଏଁ ଆତ୍ମହତ୍ୟାର ସଠିକ୍ କାରଣ ଜଣାପଡିନାହିଁ । ସେପଟେ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Powered by Froala Editor