ଖାସ୍ ଖବର: ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୭ ତାରିଖ ଦିନ ରାଜ୍ୟସଭା ନିର୍ବାଚନ ହେବ । ଓଡ଼ିଶାର ଖାଲିପଡ଼ୁଥିବା ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ କମିଶନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ।
ତଦନୁଯାୟୀ ନିର୍ବାଚନ ପାଇଁ ଫେବୃଆରୀ ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଫେବୃଆରୀ ୧୫କୁ ଧାର୍ଯ୍ୟ କରାଯାଇଛି । ଫେବୃଆରୀ ୧୬ରେ ଯାଞ୍ଚ ଓ ୨୦ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ପ୍ରକାଶ ଯେ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଯେଉଁଥିରେ ଓଡ଼ିଶାର ୩ଟି ଆସନ ରହିଛି । ଆସନ୍ତା ଏପ୍ରିଲ ୩ରେ ଓଡ଼ିଶାର ୩ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେମାନେ ହେଉଛନ୍ତି ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ ଓ ଅଶ୍ୱିନୀ ବୈଷ୍ଣବ । ସଂଖ୍ୟା ଦୃଷ୍ଟିରୁ ଫାଙ୍କା ହେବାକୁ ଥିବା ୩ ଆସନ ବିଜେଡି ଖାତାକୁ ଆସିବ । ତେବେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
Powered by Froala Editor