ପରୀକ୍ଷା ପେ ଚର୍ଚ୍ଚା କାର୍ୟ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି ପରାମର୍ଶ

ନୂଆଦିଲ୍ଲୀ : ପରୀକ୍ଷା ପେ ଚର୍ଚ୍ଚା କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ମନୋବଳ ବୃଦ୍ଧି କରାଇବା ସହିତ ଭୟ ନ କରି ଖୁସି ମନରେ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷା ସମୟରେ ମାନସିକ ଚାପରୁ ଦୁରେଇ ରହିବା ଗୁରୁତ୍ୱପୂର୍ଣ୍ଣ।
ସୋମବାର ଏହି କାର୍ୟ୍ୟକ୍ରମ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ, ଆଇଟିପିଓରେ ଆୟୋଜିତ ହୋଇଛି। ପରୀକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନାର ଏହା ହେଉଛି ସପ୍ତମ ସଂସ୍କରଣ। ଏହି କାର୍ୟ୍ୟକ୍ରମରେ ଦେଶର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଜବାହର ନବୋଦୟ ବିଦ୍ୟାଳୟ ସମେତ ଦେଶର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଛନ୍ତି। ସର୍ବପ୍ରଥମେ ପିଏମ ମୋଦି ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପଗୁଡିକ ବୁଲି ଦେଖିଥିଲେ।
ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୀକ୍ଷା, ଶିକ୍ଷା କ୍ଷେତ୍ର ସହ ଜଡିତ ସମସ୍ତ ଆହ୍ନାନ ଉପରେ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ସ୍ବତନ୍ତ୍ର କାର୍ୟ୍ୟକ୍ରମ ସମୟରେ ୪ ହଜାର ଲୋକ ସିଧାସଳଖ ପିଏମ ମୋଦିଙ୍କ ସହ କଥା ହୋଇପାରିବେ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୧୦୦ ଛାତ୍ରୀଛାତ୍ର ମଧ୍ୟ ଏହି କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି। କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ମଧ୍ୟ ଦେବା ସହିତ ମନୋନୀତ ଛାତ୍ରୀଛାତ୍ରଙ୍କୁ ନିଜ ଲିଖିତ ଏଗାଜମ ୱାରିୟର୍ସ ମଧ୍ୟ ପ୍ରଦାନ କରିଛନ୍ତି। ଏହି କାର୍ୟ୍ୟକ୍ରମ ପାଇଁ ମୋଟ ୨୦୫.୬୨ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି।
Powered by Froala Editor