ଫେବ୍ରୁଆରୀ ୮ଯାଏଁ BSKY ଆବେଦନ ଅବଧି ବଢ଼ିଲା

ବଢିଲା BSKY- ନବୀନ କାର୍ଡ ପଞ୍ଜୀକରଣ ଅବଧି । ଜାନୁଆରୀ ୨୬ରେ BSKY ନବୀନ କାର୍ଡ ଆବେଦନ ଶେଷ ହୋଇଥିଲେ ମଧ୍ୟ ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ପୁଣି ଆବେଦନ ବଢାଇଛନ୍ତି ରାଜ୍ୟ ସରକାର। ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନ ଅବଧି ବଢାଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତଙ୍କ ନିର୍ଦ୍ଦେଶ ପରେ ଲାଗୁ ହୋଇଛି। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ପଞ୍ଚାୟତସ୍ତରରେ ତ୍ବରାନ୍ବିତ କରିବାକୁ ସଚିବଙ୍କ ନିର୍ଦ୍ଦେଶ ହୋଇଛି। ଶ୍ରୀମତୀ ପଣ୍ଡିତ ଗ୍ରାମ୍ୟ ଓ ପଞ୍ଚାୟତ ସ୍ତରରେ ଲୋକଙ୍କୁ ଏସଂପର୍କରେ ସଚେତନ କରିବାକୁ କହିଛନ୍ତି।
କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ଏହି କାର୍ଡ ପାଇବାରୁ ବଞ୍ଚିତ ନହେବେ, ତାହାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅବଧି ବୃଦ୍ଧି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ପୁଣିଥରେ ଆବେଦନ ଆରମ୍ଭ ହୋଇଛି।
BSKY ନବୀନ କାର୍ଡ ଆବେଦନ ଅବଧି ଦ୍ବିତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଥରେ ଆବେଦନ ତାରିଖ ବୃଦ୍ଧି କରାଯାଇଥିଲା। ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ ଲାଗି ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ କରାଯାଇ ଜାନୁୟାରୀ ୧୬ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଏହାପରେ ପୁଣି ଏହି ଅବଧି ବୃଦ୍ଧି କରାଯାଇ ଜାନୁଆରୀ ୨୬ ତାରିଖ ଯାଏଁ ରଖାଯାଇଥିଲା। ତେବେ ପୁଣି ଥରେ BSKY ନବୀନ କାର୍ଡ ଆବେଦନ ତାରିଖକୁ ବୃଦ୍ଧି କରାଯାଇ ଫେବ୍ରୁଆରୀ ୮ତାରିଖ ରଖାଯାଇଛି।
Powered by Froala Editor