ପାଟାଥନ୍: ରାଜଧାନୀରେ ପାଟ ଶାଢି ପିନ୍ଧି ଦୌଡ଼ିଲେ ମହିଳା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ପାଟାଥନ୍ । ପାଟ ଶାଢି ପିନ୍ଧି ଶିଖରଚଣ୍ଡୀରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ୟ୍ୟନ୍ତ ମାରାଥନରେ ସାମିଲ ହୋଇଛନ୍ତି କିଟ୍ ଓ କିମସର ମହିଳା କର୍ମଚାରୀ । ଓଡ଼ିଶାର ଶାଢୀ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ଶାଢୀ ବୁଣାକାର ମାନଙ୍କୁ ସମ୍ମାନ ତଥା ଏହାର ବହୁଳ ପ୍ରଚାର ପ୍ରସାର ସହିତ ମହିଳା ସଶକ୍ତିକରଣ ଓ ଶିକ୍ଷାର ଉନ୍ନତି ଏହି ପାଟାଥନର ଉଦେଶ୍ୟ ରହିଛି ।
ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ମାରାଥନ ଆୟୋଜନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଓଡ଼ିଶାର ୫୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ ହୋଇଛି । ଭୁବନେଶ୍ୱରରେ ସ୍ବତନ୍ତ୍ର ଭାବେ ନିଆରା ଢଙ୍ଗରେ ‘ପାଟଥନ’ ଆୟୋଜନ କରାଯାଇଛି ।
Powered by Froala Editor