୭୫ତମ ସାଧାରଣତନ୍ତ୍ର ଦିବସ: ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର: ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ୭୫ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି।
ରଙ୍ଗାରଙ୍ଗ ପରେଡର ନେତୃତ୍ୱ ନେଉଛନ୍ତି ଆଇପିଏସ୍ ଅଫିସର ଏ.ବି ଶିଳ୍ପା। ଏହି ପରେଡରେ ଆଇଟିବିପି, ସିଆରପିଏଫ୍ ଏବଂ ଓଏସଏପି ଯବାନମାନଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି। ଏଥର ଗଡ଼ିଛି ପ୍ରଜ୍ଞାପନ ମେଢ଼। ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ଼। ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ଏବଂ ଗୋଟିଏ ନିଗମ ପକ୍ଷରୁ ମୋଟ ୧୩ଟି ମେଢ଼ ଗଡ଼ିଛି।
Powered by Froala Editor