ପଣ୍ଡ ହେଲା ବଡ ଆତଙ୍କବାଦୀ ଆକ୍ରମଣ, ବୋମା ଠାବ
ଜମ୍ମୁ-କଶ୍ମୀରର ପୁଲଓ୍ଵାମା ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ପୁଲୱାମା ଜିଲାର ବାଡିବାଗ-ପାହୁରେ ଏକ ବିସ୍ଫୋରକ ଉପକରଣ ମିଳିଛି। ହେଲେ ବିସ୍ଫୋରଣ ପୂର୍ବରୁ ଏହାକୁ ନିଷ୍କ୍ରିୟ କରାଯାଇଛି । ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ସ୍ବାଡ ଏହାକୁ ନିଷ୍କ୍ରିୟ କରିଛି।
ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରି ଏହି ଆଇଇଡି ଲଗାଇଥିଲେ। ଆଗାମୀ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀମାନେ ଭାରତୀୟ ସେନାକୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଏଥିପାଇଁ ସେନା ଯିବା ଆସିବା ସ୍ଥାନଗୁଡ଼ିକରେ ବୋମା ରଖାଯାଉଛି ।
ସୂଚନାଯୋଗ୍ୟ, ପ୍ରାୟ ୪ ବର୍ଷ ପୂର୍ବେ, ୧୪ଫେବୃଆରୀ ୨୦୧୯ରେ, ଏଠାରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ରାତି ପ୍ରାୟ ୩ ଟା ବେଳେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିପିଆରଏଫ) କନଭେରେ ବିସ୍ଫୋରକ ବୋଝେଇ ଗାଡିରେ ଜୈଶ-ଇ-ମହମ୍ମଦ (ଜେଏମ) ଆତଙ୍କବାଦୀ ଧକ୍କା ଦେଇଥିଲା।
Powered by Froala Editor