୭ ବର୍ଷର ଶିଶୁକୁ ଜୋରଜବରଦସ୍ତ ବୁଡ଼ ପକାଇଲେ, ଉଡ଼ିଗଲା ପ୍ରାଣବାୟୁ
ରକ୍ତ କର୍କଟରେ ପୀଡିତ ଥିଲା ୭ ବର୍ଷର ଶିଶୁ । ହେଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ମା’ ମାଉସୀ ହିଁ ଶିଶୁର ଜୀବନ ନେଇଯାଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରାଖଣ୍ଡ ହରିଦ୍ୱାରରେ । ୭ବର୍ଷର ଶିଶୁକୁ ଜୋରଜବରଦସ୍ତ ବୁଡ଼ ପକାଇବାକୁ ବାଧ୍ୟ କରିବାରୁ ତାର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣଙ୍କୁ ହେପାଜତକୁ ନେଇଛି।
୭ବର୍ଷର ଶିଶୁ ରକ୍ତ କର୍କଟରେ ପୀଡିତ ଥିଲା। ମୃତ ଶିଶୁର ମାଉସୀ ସୁଧାଙ୍କୁ କେହି ଜଣେ କହିଥିଲେ କି ଗଙ୍ଗାରେ ବୁଡ଼ ପକାଇବା ଦ୍ବାରା ଶିଶୁର ରୋଗ ଭଲ ହୋଇଯିବ। ତେଣୁ ସୁଧା ୭ବର୍ଷର ପୁତୁରାକୁ ଭଉଣୀ ସହ ଧରି ଗଙ୍ଗା ଘାଟରେ ପହଞ୍ଚି ୫ମିନିଟ ପର୍ଯ୍ୟନ୍ତ ବୁଡ଼ ପକାଇବାକୁ ବାଧ୍ୟ କରିଥିଲେ। ଏଥିରେ ଶିଶୁର ପ୍ରାଣବାୟୁ ଉଡ଼ିଯାଇଥିଲା।
ସଙ୍ଗେସଙ୍ଗେ ଉପସ୍ଥିତ ଥିବା ଲୋକମାନେ ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଉସୀ ସୁଧାଙ୍କ ସମେତ ତିନିଜଣଙ୍କୁ ହେପାଜତକୁ ନେଇଛି।
Powered by Froala Editor