ଖୁସି ଖବର : ଶିମିଳିପାଳରେ ହେବ କଳା ବାଘ ସଫାରୀ
ମୟୂରଭଞ୍ଜ ଜିଲାର ଶିମିଳିପାଳରେ ହେବ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ। ଶିମିଳିପାଳରେ କଳାବାଘର ସଫାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି, ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ଓଡ଼ିଶା ଏକ ସ୍ବତନ୍ତ୍ର ମେଲାନିଷ୍ଟିକ୍ ଟାଇଗର ସଫାରୀ ସ୍ଥାପନ କରୁଛି ବୋଲି ଘୋଷଣା କରି ଖୁସି। ପର୍ଯ୍ୟଟକ ଏବଂ ପରିଦର୍ଶକମାନେ ବର୍ତ୍ତମାନ କେବଳ ଓଡ଼ିଶାରେ ମିଳୁଥିବା ବିରଳ ତଥା ମହାନ ପ୍ରଜାତିର ଝଲକ ପାଇପାରିବେ। ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ସଫାରୀରେ କଳା ବାଘକୁ ଦେଖିପାରିବେ ।
National Tiger Conservation Authority(ଏନ୍ଟିସିଏ)ର ୨୦୨୨ ମସିହା ରିପୋର୍ଟ ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ୍ ୧୮ଟି ମହାବଳ ବାଘ ଅଛନ୍ତି। ସେଥିରୁ ୯ଟି କଳା ବାଘ ରହିଛନ୍ତି।
ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, କଳାବାଘ ସଫାରୀ ଲାଗି NTCA ଅନୁମତି ଦେଇଛି। ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ଓ ଧଳା ବାଘ ରହିବେ। ଆସନ୍ତା ଅକ୍ଟୋବରରୁ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ବୋଲି ପିସିସିଏଫ୍ କହିଛନ୍ତି।
Powered by Froala Editor