ଲୋକସଭା ନିର୍ବାଚନ ପରେ ଗିରଫ ହେବେ ରାହୁଲ : ହିମନ୍ତ

ଭାରତ ଯୋଡ଼ ନ୍ୟାୟ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭା ନିର୍ବାଚନ ପରେ ଗିରଫ କରାଯିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆସାମର ଗୁଆହାଟୀରେ ପୋଲିସ ସହ କଂଗ୍ରେସ ସମର୍ଥକଙ୍କ ସଂଘର୍ଷ ପରେ ରାହୁଲ ଗାନ୍ଧୀ, କେସି ଭେନୁଗୋପାଲ ଏବଂ କହ୍ନେୟା କୁମାରଙ୍କ ବିରୋଧରେ ମାମଲା ଦାଖଲ ହୋଇଛି। ସେମାନଙ୍କ ବିରୋଧରେ ପୋଲିସ ସହିତ ହିଂସା, ଉତ୍ତେଜନା ଏବଂ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀଙ୍କ ଗିରଫଦାରୀ ନିଶ୍ଚିତ ହେବ।
ସେ କହିଛନ୍ତି, ଆମେ ଏକ ଏସ୍ଆଇଟି ଗଠନ କରିବୁ। ଏସ୍ଆଇଟି ମାମଲାର ତଦନ୍ତ କରିବ। ଲୋକସଭା ନିର୍ବାଚନ ସରିବା ପରେ ଆମେ ତାଙ୍କୁ ଗିରଫ କରିବୁ। ଯଦି ଆମେ ଏବେ କାର୍ଯ୍ୟାନୁଷ୍ଠାନ ନେବୁ, ତା’ହେଲେ ସେମାନେ କହିବେ ଏହା ଏକ ରାଜନୀତିକ ପଦକ୍ଷେପ। ଆମ ପାଖରେ ପ୍ରମାଣ ଅଛି।
ଗତକାଲି ଗୌହାଟୀରେ ଏକ ବଡ଼ ଘଟଣା ଘଟି ଯାଇଥା’ନ୍ତା। ରାହୁଲ ଗାନ୍ଧି ତାଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ ପ୍ରସିଦ୍ଧ କାମାକ୍ଷା ମନ୍ଦିର ସହିତ ଅନ୍ୟାନ୍ୟ ପ୍ରମୁଖ ମନ୍ଦିରଗୁଡ଼ିକୁ ଯାଇ ନାହାନ୍ତି ବୋଲି ଦର୍ଶାଇ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ବିବାଦ ସୃଷ୍ଟି କରିବା କଂଗ୍ରେସର ଏକମାତ୍ର ଲକ୍ଷ୍ୟ।
Powered by Froala Editor