ମମତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ମୁଣ୍ଡରେ ଲାଗିଛି ଆଘାତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବର୍ଦମାନରୁ ଏକ ବୈଠକରେ ଯୋଗ ଦେଇ ଫେରିବା ବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ଘନ କୁହୁଡ଼ି ଯୋଗୁ କାର ଡ୍ରାଇଭର ବ୍ରେକ ଲଗାଇ ପାରି ନ ଥିଲେ ଏବଂ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ରାଜପଥ ଦେଇ ବର୍ଦମାନରୁ କୋଲକାତା ଫେରୁଥିଲେ। ଏହି ସମୟରେ ତାଙ୍କ କାର୍କେଡ୍ ଭିତରକୁ ହଠାତ୍ ଅନ୍ୟ ଏକ କାର୍ ଆସି ଯାଇଥିଲା। ଘନ କୁହୁଡି ଓ ବର୍ଷା ଯୋଗୁ ଦୃଶ୍ୟମାନ ମଧ୍ୟ କମ୍ ଥିଲା। ଫଳରେ ଡ୍ରାଇଭର ହଠାତ୍ ବ୍ରେକ୍ ମାରିଥିଲେ। ଏଥିଯୋଗୁ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତେବେ ଏହା ସାମାନ୍ୟ ଆଘାତ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ ଗୁରୁତର ନୁହେଁ। ଯଦିଓ ସେ ହେଲିକପ୍ଟର ଯୋଗେ ଫେରିବା କଥା, ଖରାପ ପାଗ ପାଇଁ ସେ କାରରେ ଫେରିବାକୁ ସ୍ଥିର କରିଥିଲେ।
Powered by Froala Editor