ବଜ୍ରକାପ୍ତା କାତି ଜବତ, ୨ ଗିରଫ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପରଖାଇ ଗାଁରୁ ବୁଧବାର ବିକ୍ରି କରିବାକୁ ରଖାଯାଇଥିବା ବଜ୍ରକାପ୍ତା କାତି ଜବତ କରିଛି ବନବିଭାବ। ଏଥିସହ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲି କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ, ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କରଞ୍ଜିଆ ଠାକୁରମୁଣ୍ଡା ରେଞ୍ଜର ବନ କର୍ମଚାରୀଙ୍କୁ ନେଇ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଏଥିରେ ସମ୍ପୃକ୍ତ ଥିବା କରନ ସିଂ ହାଁସଦା ଏବଂ ଦୁବୁରାଜ ଗଗୋରାଇଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୪ କେଜି ୫୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି ଠାକୁରମୁଣ୍ଡା ବନବିଭାଗ।
Powered by Froala Editor