ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ୪୯ ନମ୍ବର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇ ୫ରେ ପହଞ୍ଚିଛି। ପ୍ରଥମେ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଥିଲା। ଦୁର୍ଘଟଣାରେ ୧୨ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉକ୍ତ ଯାତ୍ରାପାର୍ଟିଟି ଧଉଳି ଯାତ୍ରାପାର୍ଟିର ଟ୍ରକ ବୋଲି ସୂଚନା ମିଳିଛି। ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା। ଗାଡିରେ ଲାଇଟ୍ ସରଞ୍ଜାମ ନେଇ କର୍ମଚାରୀମାନେ ଯାଉଥିଲେ।
Powered by Froala Editor