କର୍ପୂରୀ ଠାକୁରଙ୍କୁ ମିଳିବ ଦେଶର ସର୍ବୋଚ୍ଚ ଭାରତ ରତ୍ନ ସମ୍ମାନ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ । ମରଣୋତ୍ତର ଭାବେ ତାଙ୍କୁ ମିଳିବ ଦେଶର ଏହି ସର୍ବୋଚ୍ଚ ସମ୍ମାନ। ମୃତ୍ୟୁର ୩୫ ବର୍ଷ ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ବୁଧବାର (ଜାନୁଆରୀ ୨୪) କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ସରକାର ଏହି ଘୋଷଣା କରିଛନ୍ତି।
୧୯୨୪ ମସିହା ଜାନୁଆରୀ ୨୪ ତାରିଖରେ ବିହାରର ପିତୌଞ୍ଜିଆ ଗାଁରେ ଜନ୍ମ ହୋଇଥିଲେ କର୍ପୂରୀ ଠାକୁର। ଏହି ଗାଁଟି ଏବେ କର୍ପୂରୀ ଗ୍ରାମ ଭାବେ ଜଣାଶୁଣା। ୧୯୮୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କର୍ପୂରୀ ଠାକୁର ‘ଜନ ନାୟକ’ ଭାବେ ଜଣାଶୁଣା ଥିଲେ।
୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ କର୍ପୂରୀ ଠାକୁର। ସେ ଥିଲେ ବିହାରର ପ୍ରଥମ ଅଣ କଂଗ୍ରେସ ମୁଖ୍ୟମନ୍ତ୍ରୀ। ୧୯୬୭ ମାର୍ଚ୍ଚ ୫ରୁ ୧୯୬୮ ଜାନୁଆରୀ ୩୧ ପର୍ଯ୍ୟନ୍ତ ସେ ବିହାରର ଉପ-ମୁଖ୍ୟମନ୍ତ୍ରୀ ଥିଲେ। ସେ ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ।
ଠାକୁରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ ଦୀର୍ଘ ଦିନ ଧରି ଦାବି ଉଠିଥିଲା। ମଙ୍ଗଳବାର (ଜାନୁଆରୀ ୨୨) ଦିନ ଜେଡିୟୁ ନେତା କେସି ତ୍ୟାଗୀ ଠାକୁରଙ୍କୁ ଭାରତ ରତ୍ନ ଦେବା ଏବଂ ତାଙ୍କ ନାମରେ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ।
Powered by Froala Editor