ଇମୋଜିରେ ‘ରାମୋଜି’

ପୂରା ଭାରତରେ ଖୁସିର ମାହୋଲ । ଉତ୍ସବର ବାତାବରଣ । କାରଣ ଜନ୍ମସ୍ଥାନକୁ ଫେରିଛନ୍ତି ରାମ । ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୫ ବର୍ଷୀୟ ବାଳକ ରୂପରେ ଦର୍ଶନ ଦେଉଛନ୍ତି । ରାମଲାଲା ମନ୍ଦିରର ଶୋଭା ବର୍ଦ୍ଧନ କରୁଛନ୍ତି। ଏହି ଅବସରରେ ସୋସିଆଲ ମିଡିଆରେ ଏକ ଇମୋଜି ଭାଇରାଲ ହେଉଛି, ଯାହାକୁ ସ୍ବତନ୍ତ୍ର ଭାବେ ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ଇମୋଜିରେ ‘ରାମୋଜି’ ଲେଖାଯାଇଛି।
ଦେଶର ଲୋକପ୍ରିୟ ବାସ୍ତୁବିତ ଚନ୍ଦ୍ରକାନ୍ତ ବି ସୋମପୁରା ଅଯୋଧ୍ୟା ରାମ ମନ୍ଦିରର ଡିଜାଇନ୍ କରିଛନ୍ତି। ୫୭,୪୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା ୩୬୦ ଫୁଟ ଏବଂ ଚଉଡ଼ା ୨୩୫ ରହିଛି। ରାମ ମନ୍ଦିରରେ ୧୨ଟି ସୁନାଖୋଦିତ କବାଟ ଲାଗିଛି।
ସବୁଆଡୁ ରାମଲଲାଙ୍କ ପାଇଁ ଭେଟି, ଉପହାର ମିଳୁଛି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଭଗବାନଙ୍କୁ ଏହି ଭେଟି ଦିଆଯାଇଛି । ଯାହାକୁ ଦେଖି ୟୁଜର୍ସ ଖୁସି ପ୍ରକଟ କରିଛନ୍ତି ।
Powered by Froala Editor