ମୁସଲିମ ପରିବାରରେ ଜନ୍ମ ନେଲା ରାମ ରହିମ

ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଏହି ଖୁସିର ଦିନରେ ସବୁଠି ଉତ୍ସବ । ୟୁପି ଫିରୋଜାବାଦର ହୁସୈନ ବାନୋଙ୍କ ଘରେ ମଧ୍ୟ ଭିନ୍ନ ଖୁସି ଦେଖିବାକୁ ମିଳିଛି । କାରଣ ତାଙ୍କ ଘରେ ଜନ୍ମ ନେଇଛି ରାମ ରହିମ ।
ଫରଜାନା ଜିଲ୍ଲାର ମେଡିକାଲ କଲେଜରେ ଜଣେ ମୁସଲମାନ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ନବଜାତ ଶିଶୁର ଜେଜେମା ହୁସୈନ୍ ବାନୋ କହିଥିଲେ ଯେ ଆଜି ରାମ ଜୀ ଅଯୋଧ୍ୟାରେ ବସିଛନ୍ତି । ତେଣୁ ଆମେ ଆମର ପିଲାଙ୍କ ନାମ ରାମ ରହିମ ରଖିଛୁ । ଉଭୟ ମା ଏବଂ ଶିଶୁ ସୁସ୍ଥ ଅଛନ୍ତି ।
ମୁଖ୍ୟ ଚିକିତ୍ସା ଅଧୀକ୍ଷକ କହିଛନ୍ତି ଯେ ଏହି ଦିନ ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ମେଡିକାଲ କଲେଜରୁ ଉପହାର ସ୍ୱରୂପ ନୂତନ ପୋଷାକ ଦିଆଯିବ । ୧୧ରୁ ଅଧିକ ଘରୋଇ ନର୍ସିଂହୋମରେ ଅନେକ ପିଲା ଜନ୍ମ ହୋଇଛନ୍ତି । ଏହାପୂର୍ବରୁ ଯେତେବେଳେ ୟୁପିର ସମ୍ୱଲରେ ଅବସ୍ଥିତ ସରକାରୀ ଡାକ୍ତରଖାନାରେ ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା, ସେତେବେଳେ ତାଙ୍କ ପରିବାର ପୁଅର ନାମ ରାମ ରଖିଥିଲେ ।
ସୂଚନାଥାଉକି, ରାମ ମନ୍ଦିରର ପବିତ୍ର ଦିନକୁ ସବୁଠାରୁ ଶୁଭ ସମୟ ଭାବରେ ବିବେଚନା କରି ଗର୍ଭବତୀ ମହିଳାମାନେ ୨୨ ଜାନୁଆରୀରେ ପ୍ରସବ କରିବାକୁ ଚାହାଁନ୍ତି ।
Powered by Froala Editor