ସମୁଦ୍ରକୁ ଡେଇଁଲେ କୋକେନ୍ ଅଭିଯୁକ୍ତ, ଜାଣନ୍ତୁ କାହିଁକି?
ପାରାଦୀପ: ପାରାଦୀପ ଏମଭି ଦେବୀ ଜାହାଜରୁ ୨୨୦ କୋଟି କୋକେନ ଜବତ ମାମଲା । ଏହି ଘଟଣାରେ ଅଟକ ଥିବା ଜଣେ କ୍ରିଉ ମେମ୍ବର ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ କ୍ରିଉ ମେମ୍ବର ପ୍ରଥମେ ନିଜର ହାତ କାଟିବା ସହ ପରେ ସମୁଦ୍ରକୁ ଡେଇଁପଡିଥିଲେ । ତାଙ୍କୁ ସମୁଦ୍ରରୁ ଉଦ୍ଧାର କରାଯାଇ ପୋର୍ଟ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ଜାହାଜରେ କୋକେନ ସ୍ମଗଲିଂ ହେଉଥିବାବେଳେ ସେଥିରୁ କୋଟି କୋଟି ଟଙ୍କା କୋକେନ ଜବତ ହୋଇଥିଲା। ଏହି ମାମଲାରେ ଏବେ କଷ୍ଟମ୍ ବିଭାଗ ତଦନ୍ତ ଜାରି ରଖିଛି। ତେବେ କ୍ରିଉ ମେମ୍ବର କଣ ପାଇଁ ଏପରି କଲେ , ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡସେମ୍ବର ୧ ତାରିଖରେ ୨୨୦ କୋଟି ଟଙ୍କାର କେକେନ୍ ଜବତ ହୋଇଥିଲା।
Powered by Froala Editor