୧୧ ଦିନ ପରେ କେନାଲରୁ ମିଳିଲା ଦିବ୍ୟାଙ୍କ ମୃତଦେହ
ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ହୋଟେଲ ମାଲିକ ଅଭିଜିତଙ୍କ ସହ ଅନ୍ୟ ୨ଜଣ ସହଯୋଗୀଙ୍କୁ ଗୁରୁଗ୍ରାମ ପୁଲିସ ଗିରଫ କରିଥିଲା। ଦିବ୍ୟା ପାହୁଜା ମୃତ୍ୟୁକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡର ୧୧ ଦିନ ପରେ, ଫତେହାବାଦର ତୋହାନା ନିକଟ ଭକ୍ରା କେନାଲରୁ ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜାନୁଆରି ୨ ତାରିଖରେ ମଡେଲ ଦିବ୍ୟାଙ୍କ ହତ୍ୟା ହୋଇଥିବା ବେଳେ ୧୧ଦିନ ପରେ ତାଙ୍କ ମୃତଦେହ ଏକ କେନାଲରୁ ମିଳିଛି। ଏଥିସହିତ ଏସଆଇଟି ଏହି ହତ୍ୟା ଘଟଣାର ବିଭିନ୍ନ ଦିଗକୁ କେନ୍ଦ୍ର କରି ତଦନ୍ତ ଜାରି ରଖିଛି।
ଦିବ୍ୟାଙ୍କ ଶରୀରରେ ଥିବା ଏକ ଟାଟୁ ଦ୍ୱାରା ତାଙ୍କ ମୃତ ଶରୀରକୁ ଚିହ୍ନଟ କରାଯାଇଛି। କେନାଲରୁ ମୃତଦେହ କାଢିବା ପରେ ପୋଲିସ ଏହାର ଏକ ଫଟୋ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ପଠାଇବା ପରେ ସେମାନେ ମୃତଦେହକୁ ଚିହ୍ନଟ କରିଥିଲେ। ତାଙ୍କ ଭଉଣୀ ନୈନା ତାଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି।
ସୂଚନାନୁସାରେ, ମଡେଲଙ୍କ ପିଠିରେ ଏକ ଟାଟୁ ଅଛି ଯେଉଁଥିପାଇଁ ତାଙ୍କ ଭଉଣୀ ତାଙ୍କୁ ଚିହ୍ନଟ କରିଥିଲେ ଏବଂ ଏହା ପ୍ରମାଣିତ ହୋଇଥିଲା ଯେ କେନାଲରେ ପଡ଼ିଥିବା ମୃତଦେହଟି ଦିବ୍ୟା ପାହୁଜାଙ୍କର। ମେଡଲଙ୍କ ମୃତଦେହକୁ ପୁଲିସ କେନାଲରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ମେଡଲଙ୍କ ମୃତଦେହ ହସ୍ତାନ୍ତର କରାଯିବ।
Powered by Froala Editor