ଏଷ୍ଟ୍ରେଲା କୋଠାରେ ବଡ଼ଧରଣର ଅଗ୍ନିକାଣ୍ଡ, ୬ ମହଲା ଜଳିଗଲା
ମୁମ୍ବାଇର ଡୋମ୍ବିଭଲିରେ ଥିବା ଲୋଧା ଫେଜ୍-୨ ଖୋନା ଏଷ୍ଟ୍ରେଲା କୋଠାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୬ ମହଲା ଜଳିଯାଇଛି। ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବାହିନୀର ୩ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ ବୋଲି କୁହାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ। ଆଶ୍ୱସ୍ତିର ଖବର ହେଉଛି ଯେ ଲୋକମାନେ କୋଠାର କେବଳ ତୃତୀୟ ମହଲା ପର୍ଯ୍ୟନ୍ତ ରହୁଥିଲେ। ଅଗ୍ନିକାଣ୍ଡ ପରେ ଏଠାରେ ରହୁଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।
ନିଆଁ ଏତେ ତୀବ୍ର ଥିଲା ଯେ ଉପର ମହଲାକୁ ବ୍ୟାପିଯାଇଥିଲା। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିଲ୍ଡିଂରୁ ଭୟଙ୍କର ନିଆଁ ବାହାରୁଛି । ଅଗ୍ନିଶମ ବାହିନୀର ଟିମ୍ ଦମକଳ ଗାଡି ଧରି ଘଟଣାସ୍ଥଳରେ ପହଂଚିଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡିଛି ।
Powered by Froala Editor