କୁଲଡ଼ିହାରେ ପକ୍ଷୀ ଗଣନା ଶେଷ: ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ ଚିହ୍ନଟ
ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟର କେତେକ ଜଳାଶୟକୁ ଶୀତଦିନେ ପ୍ରତିବର୍ଷ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି ଆସିଥାନ୍ତି। ଏହି ପକ୍ଷୀମାନଙ୍କ ସୁରକ୍ଷା, ସେମାନେ କେଉଁ ପ୍ରଜାତିର ଓ ପକ୍ଷୀର ସ୍ବରରୁ ତାଙ୍କର ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀଗଣନା କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତବର୍ଷ ମଧ୍ୟ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି। ପକ୍ଷୀଙ୍କ ଭିତରେ ବଗ, ଶୁଆ, ଗେଣ୍ଡାଳିଆ, ମାଛରଙ୍କା, ସଲରୀ, କଜଳପାତି, ବୁବୁନ, ଉଦରଦଳିଆ ଆଦି ୫୬ ପ୍ରଜାତିର ଦେଶୀ, ବିଦେଶୀ ପକ୍ଷୀ ଆସିଥିବା ଜଣାପଡ଼ିଛି।
ବାଲେଶ୍ୱର ଡିଏଫ୍ଓଙ୍କ ନିର୍ଦ୍ଦେଶରେ ଏସିଏଫ୍ ସୋଭନ ଦିଗନ୍ତ ଚାନ୍ଦ ଓ ରାମଚନ୍ଦ୍ର ମୁର୍ମୁ, କୁଲଡ଼ିହା ରେଞ୍ଜର ପ୍ରବୀର ମୁର୍ମୁଙ୍କ ନେତୃତ୍ୱରେ ଅଭୟାରଣ୍ୟ ଭିତରେ ଥିବା ରିଷିଆ ଡ୍ୟାମ, ବୁଗାଳିବନ୍ଧ, ଖୁମକୁଟ, ତେଣ୍ଡା ସାତଘାଟି ଡ୍ୟାମ୍ରେ ପକ୍ଷୀଗଣନା ପାଇଁ ୪ଟି ଟିମ୍ ଦ୍ୱାରା ପକ୍ଷୀଗଣନା ହୋଇଥିଲା।
Powered by Froala Editor