ନୂଆ ତରିକା ଆପଣାଇବ ପୁଲିସ : ଗୁଗୁଲ ମ୍ୟାପିଂରେ ଚିହ୍ନଟ ହେବେ ଅଭିଯୁକ୍ତ
ଅନଲାଇନରେ ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ। କ୍ରାଇମ କଣ୍ଟ୍ରୋଲରେ ନୂଆ ତରିକା ଆପଣାଇବ ପୁଲିସ। କ୍ରାଇମ ହଟ ସ୍ପଟ ଉପରେ ରହିବ ନଜର। କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସରେ ଉଦଘାଟିତ ହୋଇଛି ୟୁନିଫାଏଡ଼ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର। ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ, ଲୁଟ ଘଟଣାକୁ ଗୁରୁତ୍ୱ ଦିଆଯିବ। ଗୁଗୁଲ ଆପ୍ଲିକେସନ ଜରିଆରେ କ୍ରାଇମ ମ୍ୟାପିଂ ଟେକନିକ ଆପଣାଇବ ପୁଲିସ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ମଧ୍ୟ ପୁଲିସ ଖୁବଶୀଘ୍ର ସହାୟତା ନେବ ।
କେମିତି ଅପରାଧୀମାନେ ଅପରାଧ ଘଟାଉଛନ୍ତି? ସେମାନେ କେଉଁ ଶୈଳୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି? ଅପରାଧୀଙ୍କ ଗତିବିଧିର ବିଶ୍ଳେଷଣ କରାଯିବ। ବିଗତ ଦିନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଅପରାଧ ଓ ଅପରାଧୀଙ୍କୁ ଗୁଗଲ ମ୍ୟାପିଂ ଜରିଆରେ ନଜର ରଖାଯିବ। କମିଶନରେଟ ପୁଲିସ ସଫଳ ହେବା ପରେ ବିଭିନ୍ନ ଜିଲ୍ଲାରେ ଥିବା ଏସ୍ପି ଅଫିସରୁ ମନିଟର କରାଯିବ। ରାଜ୍ୟର ସବୁ ଥାନା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଗୁଗୁଲ ମ୍ୟାପିଂ ଜରିଆରେ ଅପରାଧର ଶୈଳୀ ଅନୁଧ୍ୟାନ କରିବ ପୁଲିସ।
Powered by Froala Editor