୧୦୦ ଦିନରେ ଭାରତ ତିଆରି କଲା ମାରାତ୍ମକ ‘ଉଗ୍ରମ’ ରାଇଫଲ୍
ଭାରତ ନିଜସ୍ବ ଜ୍ଞାନକୌଶଳରେ ଅତ୍ୟାଧୁନିକ ରାଇଫଲ୍‘ ଉଗ୍ରମ୍’ ବିକଶିତ କରିଛି। ୧୦୦ ଦିନରୁ କମ୍ ସମୟ ମଧ୍ୟରେ ଭାରତର ‘ଡିଫେନ୍ସ୍ ରିସର୍ଚ ଡେଭ୍ଲପ୍ମେଣ୍ଟ୍ ଅର୍ଗାନାଇଜେସନ୍’ (ଡିଆର୍ଡିଓ) ‘ଉଗ୍ରମ୍’ ରାଇଫଲ୍ ନିର୍ମାଣ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଡିଆରଡିଓ ପକ୍ଷରୁ ମାତ୍ର ୧୦୦ ଦିନ ମଧ୍ୟରେ ଏହି ରାଇଫଲ ପ୍ରସ୍ତୁତ କରାଯାଇଥିଲା ବେଳେ ହାଇଦରାବାଦ୍ସ୍ଥିତ ଏକ ଘରୋଇ କମ୍ପାନୀ ଦ୍ବୀପା ଆରମୋର୍ ଇଣ୍ଡିଆ ପକ୍ଷରୁ ଏହାର ଉତ୍ପାଦନ କରାଯିବ ବୋଲି କୁହାଯାଇଛି। ବର୍ତ୍ତମାନ ଦେଶରେ ଅର୍ଦ୍ଧ ସାମରିକ ବଳ ସର୍ବାଧିକ ଭାବେ ଇନ୍ସାସ୍ ରାଇଫଲ ବ୍ୟବହାର କରୁଛନ୍ତି। କିନ୍ତୁ ଇନ୍ସାସ୍ ଠାରୁ ଏହି ରାଇଫଲ ଆହୁରି ଶକ୍ତିଶାଳୀ ଏବଂ ଭୟାନକ ବୋଲି କୁହାଯାଇଛି।
ଏହି ରାଇଫଲ୍ରେ ୭.୬୨ ମିଲିମିଟର୍ କ୍ୟାଲିବର୍ର ଗୁଳି ବ୍ୟବହାର କରାଯାଉଥିବାରୁ ଏହା ୫.୬୨ ମିଲିମିଟର୍ କ୍ୟାଲିବର୍ ଗୁଳି ବ୍ୟବହାର କରାଯାଉଥିବା ‘ଇନ୍ସାସ୍’ ରାଇଫଲ୍ ଅପେକ୍ଷା ମାରାତ୍ମକ।
Powered by Froala Editor