ଜାତୀୟ ରାଜପଥରେ ଅବୈଧ ସାମଗ୍ରୀ ପରିବହନକୁ କଡାକଡ଼ି ଯାଞ୍ଚ
ପାଟଣା: ପାଟଣା ପୁଲିସ ପକ୍ଷରୁ ଆନ୍ତଃରାଜ୍ୟ ସଡକ ୨୨୦ନଂ ଜାତୀୟ ରାଜପଥରେ ଯାନ ବାହାନରେ ଅବୈଧ ସାମଗ୍ରୀ ପରିବହନକୁ କଡାକଡ଼ି ଭାବେ ଯାଞ୍ଚ କରାଯାଉଛି। ବନ୍ଧୁକ, ଚୋରା ବିଦେଶୀ ମଦ, ଗଞ୍ଜେଇ, ବ୍ରାଉନ ସୁଗର ଆଦି ଦ୍ରବ୍ୟ ଚାଲାଣ ଉପରେ କଡାକଡ଼ି ନଜର ରଖିଛି ପୁଲିସ। ପାଟଣା ଥାନାଧିକାରୀ ବିବତ୍ସ ପ୍ରଧାନଙ୍କ ନେତୃତ୍ୱରେ ସାହାରପଡା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା, ଥାନା ଏସଆଇ ମନୋରମା ସ୍ୱାଇଁ, ଏଏସଆଇ ଧନେଶ୍ୱର ପାତ୍ର ଓ ପଦ୍ମାବତୀ ବିଶ୍ୱାଳ ପ୍ରମୁଖ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ରାସ୍ତା ଦେଇ ଯେପରି ଅବୈଧ ଜିନିଷ ଚାଲାଣ କରିବାକୁ ଅସାମାଜିକ ବ୍ୟକ୍ତିମାନେ ସାହସ ନ କରିବେ ସେହି ଲକ୍ଷ୍ୟ ନେଇ ପାଟଣା ପୁଲିସ ଯାଞ୍ଚ ପ୍ରକ୍ରିୟା ଚଳାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
Powered by Froala Editor