୨୨ରେ ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଛୁଟି
ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଉତ୍ସବର ପରିବେଶ ରହିଛି। ଏହି ବିଶେଷ ଉତ୍ସବରେ ଅଯୋଧ୍ୟାରେ ଏକ ବିଶାଳ ସମାରୋହ ଆୟୋଜନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ରାମଲଲାଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଦିନ ୨୨ ଜାନୁୟାରୀ ୨୦୨୪ ରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ସ୍କୁଲ୍, କଲେଜ ବନ୍ଦ କରିବା ସହିତ ସେହି ଦିନ ଅଯୋଧ୍ୟାରେ ସମସ୍ତ ମଦ ଦୋକାନ ମଧ୍ୟ ବନ୍ଦ ରହିବ। ସେଦିନ ଅଯୋଧ୍ୟାରେ କେହି ମଦ ବିକ୍ରି କରି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।
ସିଏମ ଯୋଗୀ ଏହା ମଧ୍ୟ କହିଛନ୍ତି ଏହି ଦିନ ରାଜ୍ୟରେ ଡ୍ରାଏ ଡେ ହେବ। ମଦ ବିକ୍ରି ବନ୍ଦ ରହିବ। ସମସ୍ତ ମଦ ଦୋକାନ ବନ୍ଦ ରହିବ। ସିଏମ ଯୋଗୀ କହିଛନ୍ତି ଯେ ଅଯୋଧ୍ୟାରେ ହୋଟେଲ, ଧର୍ମଶାଳା ଏବଂ ଘରେ ରହିବାର ବ୍ୟବସ୍ଥା ରହିଛି। ତମ୍ବୁ ସହରଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଉଛି। କୁମ୍ଭ ମେଳା ଭଳି ଧାଡ଼ି ଧାଡ଼ ହୋଇ ଅଯୋଧ୍ୟାରେ ୨୫ରୁ ୫୦ ଏକର ଜମିରେ ଏକ ବିଶାଳ ତମ୍ବୁ ସହର ନିର୍ମାଣ ହେବ ।ସେଥିପାଇଁ ‘କୁମ୍ଭ ମଡେଲ’ ଆପଣାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାରେ ଜାନୁଆରୀ ୧୪ ତାରିଖରୁ ସଫେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
Powered by Froala Editor