ଏଣିକି ଶିକ୍ଷକମାନଙ୍କୁ ଦେବାକୁ ପଡ଼ିବ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ
ଭୁବନେଶ୍ୱର: ଶିକ୍ଷକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ତାହା ହେଲା ଏଣିକି ଶିକ୍ଷକମାନଙ୍କୁ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ ଦେବାକୁ ପଡ଼ିବ । ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏଭଳି ସୁପାରିଶ କରାଯାଇଛି । କ୍ୟାମ୍ପସକୁ ନିଶାମୁକ୍ତ କରିବା ପାଇଁ ଏଭଳି ସୁପାରିଶ କରାଯାଇଛି ।
ବିଧାୟକ ସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ନିଷ୍ପିତ୍ତି ନିଆଯାଇଛି । ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ସ୍କୁଲ ଓ ଉଚ୍ଚଶିକ୍ଷାନୁଷ୍ଠାନର ଶିକ୍ଷକମାନେ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ ଦେବେ । ପୂର୍ବରୁ ଛାତ୍ରମାନଙ୍କୁ ଆଣ୍ଟି ଡ୍ରଗ୍ସ ଡିକ୍ଲାରେସନ ଦେବାକୁ ନିଦେ୍ର୍ଧଶ ରହିଛି ।
Powered by Froala Editor