ଟିକେଟ ଫାଇନାଲ ନେଇ ଏଭଳି ବଡ଼ ବୟାନ ଦେଲେ ତାରା ପ୍ରସାଦ
ଭୁବନେଶ୍ବର: କଂଗ୍ରେସରେ ୬୦ରୁ ୭୦ ଟିକେଟ ଫାଇନାଲ । ୯ ବିଧାୟକ ରିପିଟ୍ ହେବେ । ସର୍ଭେ ଅନୁସାରେ ଟିକେଟ ଦିଆଯିବ । ଫେବ୍ରୁଆରିରେ ଆଗୁଆ ଟିକେଟ ବଣ୍ଟାଯିବ । ଆସନ୍ତା ଫେବ୍ରୁଆରିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସୁଛନ୍ତି । ଆଗକୁ କଂଗ୍ରେସରେ ବଡ଼ ବଡ଼ ହସ୍ତୀ ମିଶିବେ । ଏଭଳି ଏକ ବଡ଼ ବୟାନ ଦେଇଛନ୍ତି କଂଗେସର ବରିଷ୍ଠ ନେତା ତଥା ବିଧାୟକ ବିଧାୟକ ତାରା ପ୍ରସାଦ ବାହିନୀପତି ।
କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, " ଦଳର ପ୍ରାୟ ୬୦ରୁ ୭୦ ଟିକେଟ ଫାଇନାଲ ହେବାକୁ ଗଲାଣି । ଆମର କିଏ ଟିକେଟ ପାଇବ, ନ ପାଇବା ମାନସିକ ଭାବେ ପ୍ରସ୍ତୁତ ହୋଇ ସାରିଲେଣି । ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଟିକେଟ ଦେବ ଦଳ । ଯିଏ ଜିତିବା ସୁନିଶ୍ଚିତ ସେଥିରୁ ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କୁ ଚୟନ କରାଯାଇଛି । ବିଜେଡି ଓ ବିଜେପିରେ ଗୋଷ୍ଠୀ କନ୍ଦଳ ଭର୍ତ୍ତି । ଆମେ ନିଜର ଏକତା ପ୍ରମାଣିତ ପାଇଁ ବସ୍ ରେ ଏକାଠି ହୋଇ ବୁଲିବୁ । ଆମେ ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବୁ । ମୋର ଉଦାହରଣ ନେଇ ହେବ । କୋରାପୁଟ ସାଂସଦ ଓ ମୋ ଭିତରେ ପଡୁ ନଥିଲା । ଆମେ ସବୁ ଭୁଲିଲୁ । ସାଂସଦଙ୍କ ଘରକୁ ଯାଇଥିଲି । ସାଂସଦ ମୋ ଭଣଜା । ତାଙ୍କ ପୁଅ ମୋର ନାତି । ଓଡ଼ିଶାରେ ସରକାର ଗଢ଼ିବା ପାଇଁ ଆମେ ସବୁ କ୍ଷେତ୍ରରେ ସାକ୍ରିଫାଇସ କରିବା ଲାଗି ପ୍ରସ୍ତୁତ । "
Powered by Froala Editor