ଷଣ୍ଢ ଆକ୍ରମଣରେ ବୃଦ୍ଧ ମୃତ
ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଉଦା ଗାଁରେ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକ ହେଲେ ଅଲେଖ ମଲ୍ଲିକ।
ଅଲେଖ ମଲ୍ଲିକ ବଗିଚାରେ କାମ କରୁଥିବା ବେଳେ ଏକ ଷଣ୍ଢ ତାଙ୍କ ବାଡ଼ିରେ ପଶି ତାଙ୍କୁ ଆକ୍ରମଣ କରିଥିଲା। ଏହା ଦେଖି ପରିବାରଲୋକେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୀର୍ଘ ଦିନ ଧରି ଉକ୍ତ ଷଣ୍ଢଟି ଗାଁରେ ଆତଙ୍କ ଚଳାଇ ଚାଲିଛି। ତାର ଆକ୍ରମଣରେ ଗାଁର କେତେକ ଲୋକ ଆହତ ଓ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ଲୋକେ ପୁଲିସ ଓ ବନ ବିଭାଗକୁ ଜଣାଇଥିଲେ ବି ସେଥିପ୍ରତି କେହି କର୍ଣ୍ଣପାତ କରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Powered by Froala Editor