ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ଆରମ୍ଭ, ୩୨ଟି ଟିମ୍ ନିୟୋଜିତ
ଭୁବନେଶ୍ୱର: ଆଜିଠାରୁ ହୀରାକୁଦ ଡ୍ୟାମରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ସକାଳ ୬ଟାରୁ ଗଣନାକାର୍ୟ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ। ଏଥିପାଇଁ ଡ୍ୟାମର ୫ଶହ ବର୍ଗ କିଲୋମିଟର ଅଞ୍ଚଳକୁ ମୋଟ ୨୧ଟି ସେଣ୍ଟରରେ ବିଭକ୍ତ କରାଯାଇଛି।
ପକ୍ଷୀ ଗଣନାରେ ମୋଟ ୩୨ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍ରେ ସାମିଲ ହୋଇଛନ୍ତି। ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡାର ବନ ବିଭାଗ ମଧ୍ୟ ଏହି ଗଣନା କାର୍ୟ୍ୟରେ ସାମିଲ ହୋଇଛନ୍ତି । ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ସୂଚନା ଦେଇଛନ୍ତି।
Powered by Froala Editor